Tuesday, September 29, 2020
Home Farmer Issue ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଠକେଇର ଅଭିଯୋଗ କଲେ ଚାଷୀ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଠକେଇର ଅଭିଯୋଗ କଲେ ଚାଷୀ

ରିପୋର୍ଟ: ରିଙ୍କୁ ସାହୁ //
ଗାଇସିଲେଟ (୧୧/୦୯): ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟୁର୍ଚା ଗ୍ରାମର ରହିତ ପୁଟେଲ୍ ଙ୍କ ପ୍ରଧାନ ମନ୍ତ୍ରୀ ଫସଲ ବୀମାରେ ଆସିଛି ଠକାମୀର ଅଭିଯୋଗ ।

ଗତ ବର୍ଷ ଖରିବ ଋତୁରେ ୧୫୫୦ଟଙ୍କାର ପ୍ରିମିୟମ ଭରିଥିଲେ ଗାଇସିଲେଟରେ ସ୍ଥିତ ବ୍ୟାଙ୍କ ଅଫ ବରୋଦା ର CSC ଠାରେ । ରସିଦ୍ ଦେଲେ ପଇସା ନେଲେ ହେଲେ ଚଳିତ ବର୍ଷ ଭରିଥିବା ପ୍ରିମିୟମ ଟଙ୍କା ଅନୁସାରେ ଅନେକ ଚାଷୀ ତାଙ୍କର ରାଶି ପାଇଥିବା ବେଳେ ରହିତ ପୁଟେଲ ପାଇ ନଥିଲେ ତାଙ୍କ ଟଙ୍କା । କାହିଁକି ପାଇଲେ ନାହିଁ କାରଣ ଖୋଜିବା ପାଇଁ ବରଗଡ ଇଁସୁରାନ୍ସ ଅଫିସ୍ କୁ ଗଲେ | ସେଠି ଯାଇ ଜାଣିପାରିଲେ ତାଙ୍କ ପ୍ରିମିୟମ ଭରା ଯାଇ ନ ଥିଲା ଏବଂ ଇଁସୁରେଂସ୍ ଅଫିସ୍ ରେ ରୋକ୍ ଠୋକ୍ ମନା କରିଦେଲେ ତୁମର କୌଣସି ପ୍ରକାରର ପ୍ରିମିୟମ ଦାଖଲ ହୋଇନାହିଁ ତୁମେ ଯାଇ ଯେଉଁଠି ଅନ୍ ଲାଇନ୍ କରିଥିଲ ସେଠି ଯୋଗାଯୋଗ କର । ରହିତ ଭଲ ଭାବେ ଜାଣିପାରିଲେ ତାଙ୍କ ପ୍ରିମିୟମ ଭରା ଯାଇନି ଏବଂ ତାଙ୍କୁ ନକଲି ରସିଦ ଦିଆ ଯାଇଛି। ବର୍ତମାନ ସେ ଗାଇସିଲେଟ ଥାନାରେ ଅଭିଯୋଗ କରିଥିବା ଜଣାଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: