କୃଷକ ଉତ୍ପାଦକ ସଂଗଠନର ସଦସ୍ଯ ମାନଙ୍କ ତାଲିମ କାର୍ଯ୍ଯକ୍ରମ

0
41
କୃଷକ ଉତ୍ପାଦକ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୯) : ନାର୍ବାଡ ବୌଦ୍ଧ ଓ ସେବକ ବୌଦ୍ଧର ମିଳିତ ଆନୁକୁଲ୍ଯରେ ସୁବର୍ଣ୍ଣପୁରର ସାହା ଗେଷ୍ଟ ହାଉସରେ କୃଷକ ଉତ୍ପାଦକ ସଂଗଠନର ସଦସ୍ଯ ମାନଙ୍କର ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ଯକ୍ରମରେ କଣ୍ଟାମାଳ ବ୍ଳକର ନିଳକଣ୍ଠଶ୍ବର କୃଷକ ଉତ୍ପାଦକ ସଂଗଠନ ଓ ବୌଦ୍ଧ ବ୍ଳକର ଗନ୍ଧରାଢି କୃଷକ ଉତ୍ପାଦକ ସଂଗଠନର ୩୦ ଜଣ ସଦସ୍ଯ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମରେ କୃଷକ ସଂଗଠନ କିପରି ଅଧିକ ସଶକ୍ତ ହୋଇ ଆମ ଅଞ୍ଚଳର ଚାଷି ମାନଙ୍କର ସୁବିଧା ଅସୁବିଧାର ସମାଧାନ ପାଇଁ କାର୍ଯ୍ଯ କରିପାରିବ ଏହି ବିଷୟକୁ ନେଇ ତାଲିମ କାର୍ଯ୍ଯକ୍ରମ ହୋଇଥିଲା । କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବୌଦ୍ଧର ଡିଡିଏମ ସାର ସତ୍ଯ ସ୍ବରୁପ ବିଧାନ୍ତ, ସେବକର ପ୍ରୋଗାମ ମେନେଜର ରଂଜନ କୁମାର ଭୋକ୍ତା, ତାଲିମ ଦାତା ଜପିନ ତାଣ୍ଡିଆ, ଘଟେଶ୍ବର ଛୁରା ଉପସ୍ଥିତ ଥିଲେ । ଏଥିରେ ନିଳକଣ୍ଠଶ୍ବର ସଂଗଠନର କାର୍ଯ୍ଯ ନିର୍ବାହୀ ଅଧିକାରୀ ସବ୍ଯସାଚୀ କର୍ଣ୍ଣ, ଗନ୍ଧରାଢି ସଂଗଠନର କାର୍ଯ୍ଯ ନିର୍ବାହୀ ଅଧିକାରୀ ଚନ୍ଦନ ମେହେର, ହିସାବ ରକ୍ଷକ ସଙ୍ଗିତା ମେହେର, ସେକ୍ରଟାରୀ ଉତ୍ତମ କୁମାର ମହାକୁଡ ସହଯୋଗ କରିଥିଲେ । ଶେଷରେ ସେବକର କର୍ମକର୍ତ୍ତା ବଳରାମ ଦାସ ଧନ୍ଯବାଦ ଦେଇଥିଲେ ।