ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

0
47
ହାତୀ ଆକ୍ରମଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୪/୦୯) : ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁ’ରେ ।

ମୃତ ବୃଦ୍ଧଙ୍କ ନାଁ ଆଲାର କୁଲ୍ଲୁ । ସେହିପରି ଗୁରୁତର ଆହତ ମହିଳାଙ୍କ ନାଁ ସାଲମି ଗିଦ୍ଧି । ଆଲାର କୁଲ୍ଲୁ ତାଙ୍କ ଘରେ ଶୋଇଥିଲେ । ସେହି ସମୟରେ ହାତୀ ଆସି ତାଙ୍କ ଘର ଭାଙ୍ଗିଥିଲା । ହାତୀକୁ ଦେଖି ଆଲାର ଘରୁ ଦୌଡ଼ି ପଳାଉଥିଲେ । ହେଲେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା । ସେହିପରି ସାଲମି ଗିଦ୍ଧି ସକାଳୁ ସକାଳୁ ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ ଫୋପାଡ଼ି ଦେଇଥିଲା ।