ଗାଧେଇବା କୁ ଯାଇ ପୋଖରୀ ରେ ବୁଡି ଯୁବକ ମୃତ୍ୟୁ

0
70
ଗାଧେଇବା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂପୁର, (୨୩/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପାରସାଲି ଗ୍ରାମ ପଞ୍ଚାୟତ ର ଫାକେରି ଗ୍ରାମ ର ରାମ ସିକକା (୨୭) ଆଜି ଗାଧେଇବା ପାଇଁ ଯାଇଥିବା ବେଳେ ପୋଖରୀ ରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।WhatsApp Image 2023-09-24 at 08.53.27

ଗାଁ’ର କିଛି ଲୋକମାନେ ଗାଧୋଇବା କୁ ଯିବା ବେଳକୁ ପୋଖରୀ ଭିତରେ ରାମ ର ମୃତ ଶରୀର ଦେଖିଥିଲେ । ଉକ୍ତ ମୃତ ଶରୀର କୁ ଦେଖି ଦମକଳ ବହିନୀ କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବହିନୀ ର ଏସ ଆଇ ବଳରାମ ବେହେରା ତାଙ୍କର ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଉଦ୍ଧାର କରିଥିଲେ । ମୃତ ଘଟଣା ସମ୍ପର୍କରେ ସ୍ଥାନୀୟ ଏସ ଆଇ ସଞ୍ଜୟ ମୁର୍ମୁ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ସୁଧା ସେମାନେ କେସ ଦେଇ ନାହାଁନ୍ତି ସକାଳେ କେସ ଦେଲେ ଆସନ୍ତା କାଲି ଶବ ବ୍ୟବଛେଦ କରି ପରିବାର କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।