ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

0
51
ରାଜ୍ୟ ଅଙ୍ଗନୱାଡ଼ି

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୩/୦୯) : ଆଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଗତ ୨୨ ତାରିଖ ଦିନ ଏକ ଦଶ ଦଫା ଦାବି ନେଇ ଆନ୍ଦୋଳନ କରଯାଇଥିବା ଜଣା ପଡ଼ିଛି ।WhatsApp Image 2023-09-23 at 19.07.10

ଅଙ୍ଗନୱାଡ଼ି କର୍ମୀ ମାନେ ତୃଣ ମୂଳ ସ୍ତରରେ ପ୍ରାୟ ସମସ୍ତ କାର୍ଯ୍ଯ ନିର୍ବାହ କରୁଥିବା ହେତୁ ଦରମା ବୃଦ୍ଧି ସାଙ୍ଗକୁ ସରକାରୀ ମାନ୍ୟତା, ଗ୍ରାଚୁଇଟି ପ୍ରଦାନ, ସୁପରଭାଇଜର ପଦବୀକୁ ପଦୋନ୍ନତି, ଗରମ ରନ୍ଧା ଖାଦ୍ୟ ର ମୂଲ୍ୟ ବୃଦ୍ଧି, ନିଲମ୍ବିତ କର୍ମୀଙ୍କ ପୁନଃ ନିଯୁକ୍ତି, ଗାଁ କଲ୍ୟାଣ ସମିତି ରୁ ମୁକ୍ତି, ଯୋଗ୍ୟତା ଭିତ୍ତିରେ ପ୍ରାକ୍ ପ୍ରାଥମିକ ଶିକ୍ଷକ ଭାବରେ ନିଯୁକ୍ତି, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମାନ ମାନ୍ୟତା, ଅବସର କାଳୀନ ପ୍ରାପ୍ୟ ୫ ଲକ୍ଷ ଟଙ୍କା ପ୍ରଦାନ ସାଙ୍ଗକୁ ମାସିକ ୫ହଜାର ଟଂକା ପେନସନ, ଅଙ୍ଗନୱାଡ଼ି ଓ ସହାୟିକା ବୋର୍ଡ ଗଠନ ଆଦି ଦଶ ଦଫା ଦାବୀ ନେଇ ରାଜ୍ୟ ସଭାନେତ୍ରି ସୁମିତ୍ରା ମହାପାତ୍ର ଓ ସମ୍ପାଦିକା କୁଞ୍ଜଳତା ଦାସ ଙ୍କ ନେତୃତ୍ୱ ରେ ହଜାର ହଜାର କର୍ମୀ ରାଜଧାନୀ ମାଟିରେ ଆନ୍ଦୋଳନ କରିବା ସହିତ ରାଜ୍ୟ ସରକାରଂକ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରିଥଲେ ।

ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ସଂଘ ସଭାନେତ୍ରୀ ସଂଜୀବନୀ ପାଢ଼ୀ, ସମ୍ପାଦିକା ପ୍ରେମଲତା ସାମନ୍ତରାୟ ଓ ରାଜ୍ୟ ଉପଦେଷ୍ଠା ଝୁନୁପମା ଶତପଥି ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଯୋଗ ଦେଇଥିବାର ପ୍ରକାଶ। ରାଜ୍ୟ ସରକାର ଙ୍କ ପକ୍ଷରୁ କର୍ମୀ ମାନଙ୍କ ଦାବୀ ର ଯତାର୍ଥତା ଉପଲବ୍ଧି କରି ଅଧିକାଂଶ ଦାବୀ ପୂରଣ କରିବାକୁ ପ୍ରତିଶୃତି ଦେଇଥିବା ରାଜ୍ୟ ସଭାନେତ୍ରୀଙ୍କ ସୂତ୍ର ରୁ ପ୍ରକାଶ ।