ଗୁଣୁପୁର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ୱାରା ୨୨ ୟୁନିଟ୍ ରକ୍ତ ସଂଗୃହୀତ

0
61
ଗୁଣୁପୁର ମହାବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୩/୯) : ଆଜି ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ନଂ ୧ ଓ ୨ ଦ୍ବାରା ଆଜି ଗୁଣପୁର ରକ୍ତ ଭଣ୍ଡାରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶଶୀ ଭୂଷଣ ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରି ସୁଶ୍ରୀ ଦେବୀଶ୍ରୀ ମହାପାତ୍ର ଏହି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଭଣ୍ଡାରର ଡଃ ଅଶ୍ଵିନୀ ଦାସ, ଲ୍ୟାବ ଟେକ୍ନିସିଆନ ସୁରୁଚିରାଣୀ ପ।ତ୍ର ଓ ଚନ୍ଦ୍ର ଶେଖର ପାତ୍ର ଉପସ୍ଥିତ ରହି ଜାତୀୟସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଜାତୀୟ ସେବା ଯୋଜନାର ଉପଦେଷ୍ଟା ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଓ ଅଧ୍ୟାପକ ତାମିଲା ପାରାସେଟ ଉପସ୍ଥିତ ରହି ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ରାହୁଲ,ପ୍ରଭାକର, ବିଷ୍ନୁ,ଦୀନେଶ,ସାଗର, ସମୀର, ରଞ୍ଜନ, ରୋହିତ୍ ରଞ୍ଜନ, ରାଜା, ଶେଖର, ହେମନ୍ତ, ନିରଞ୍ଜନ, ଧର୍ମେନ୍ଦ୍ର, କୃଷ୍ଣ, ରବୀନ୍ଦ୍ର, ସଂଗ୍ରେସ, ପ୍ରମୁଖ ରକ୍ତ ଦାନ କରିଥିଲେ ।