Related Contents

ଆଠଗଡ ସାହିତ୍ୟ ସମାଜରେ କବିତା ପୁସ୍ତକ “ମହକ ଜାତି ଜାତି ଫୁଲର” ଲୋକାର୍ପଣ 

ଆଠଗଡ (ସନ୍ତୋସ ବାରିକ): ଆଠଗଡ ସାହିତ୍ୟ ସମାଜ ର ବରିଷ୍ଠ ସଭ୍ୟ ସରୋଜ୍  ମହାନ୍ତିଙ୍କ ସ୍ୱ ରଚିତ କବିତା  ମହକ ଜାତି ଜାତି ଫୁଲର ପୁସ୍ତକ ଲୋକାର୍ପଣ ହୋଇଯାଇଛି,ସ୍ଥାନୀୟ ସୁଭଦିପା  କଲ୍ୟାଣ  ମଣ୍ଡପ ଠାରେ ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଲୋକ ସେବକ ମଣ୍ଡଳ ସମ୍ପାଦକ ଓ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯାଗରଦଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକା ସୁଲୋଚନା ଦାସ ଓ ଡ଼ଃ ଜତିରାଜ ମହାନ୍ତି ଯାଗଦେଇ ଥିଲେ,ମହକ ଜାତି ଜାତି ଫୁଲର ପୁସ୍ତକକୁସମୀକ୍ଷା କରିଥିଲେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା, ଅତିଥି  ମାନଙ୍କର ପରିଚୟ ପ୍ରଦାନ କରିଥିଲେ  ସାହିତ୍ୟ ସମାଜ ସମ୍ପାଦକ ଲଲାଟେନ୍ଦୁ ସେନାପତି , ପୁସ୍ତକର ଲେଖକ ସରୋଜ ମହାନ୍ତି ପୁସ୍ତକ ସମ୍ପକରେ ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ ପ୍ରକାଶକ ଅଜିତ୍ ମହାପାତ୍ର ନିଜର ମତ ରଖିଥିଲେ,ସାହିତ୍ୟ ସମାଜର ପୁର୍ବତନ  ସଭାପତି ଅଦେୟତ ଚରଣ ପଣ୍ଡା ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସାହିତ୍ୟ ସମାଜର ବରିଷ୍ଠ ସଭ୍ୟା ପୁଲିନ ମିଶ୍ର କାଯପୟକ୍ରମ ପରିଚାଳନା କରିଥିବା ବେଳେ  ସଂଗଠନ ସଂପାଦକ ତ୍ରିଲୋଚନ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ |

Comments are closed.