ମୋବାଇଲ ଦେଖୁଥିଲା ପୁଅ, ମା’ ଆକଟ କରିବାରୁ ବିଷ ପିଇଦେଲା

0
45
ମୋବାଇଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୩/୦୯) : ସ୍କୁଲରୁ ଫେରି ଘରେ ମୋବାଇଲ ଦେଖୁଥିଲା ପୁଅ । ମା’ ଆକଟ କରିବାରୁ ବିଷ ପିଇ ଦେଲା ପୁଅ

ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁ’ରେ । ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂରା ଘଟଣା ଥିଲା ଏମିତି, ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା । କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ଆକଟ କରିଥିଲା । ଏଥିପାଇଁ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା । ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ନାବାଳକଙ୍କ ମା’ କହିଛନ୍ତି, ସ୍କୁଲରୁ ଆସି ପୁଅ ସବୁବେଳେ ତାର ବାପାର ମୋବାଇଲ ଧରି ଦେଖେ। ମୁଁ ତା’ ଉପରେ ପାଟି କରିଥିଲି।ପୁଅ ରାଗି ଯାଇ ବିଷ ପିଇଦେଲା ।