Tuesday, September 29, 2020
Home District News ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ଉଦ୍ୟାନ କୃଷିର ବିହନ ବଣ୍ଟନ

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ଉଦ୍ୟାନ କୃଷିର ବିହନ ବଣ୍ଟନ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୯ ୵ ୯ ୵ ୨୦): ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ସହକାରୀ ଉଦ୍ୟାନ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କ ପନିପରିବା ମଂଜି ବିତରଣ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ଝାରବନ୍ଧ ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ଧନମତୀ ପାଣ୍ତେ,ଉଦ୍ୟାନ ବିଭାଗରୁ ସନ୍ତୋଷ ନାୟକ ଚାଷୀମାନଙ୍କୁ ମାଗଣାରେ ବିଭିନ୍ନ ପନିପରିବା ମଂଜି ଥିବା କିଟ ବଣ୍ଟନ କରିଥିଲେ । ଚାଷ ସମୟରେ କରୋନା ଭୁତାଣୁର ପ୍ରଭାବ ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ତେଣୁ ଚାଷୀ ମାନଙ୍କର ଆର୍ଥିକ ସହାୟତା ପୁରଣ ପାଇଁ ସରକାର ମାଗଣାରେ ବିହନ ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ପନିପରିବାର ବହୁତ ଆବଶ୍ୟକତା ରହିଛି । ପନିପରିବା ଅଭାବ ଥିବାରୁ ଦୂରଦୂରାନ୍ତରୁ ଆଣି ମାତ୍ରାଧିକ ଦାମରେ ବିକ୍ରି କରାଯାଉଛି । ଅତ୍ୟଧିକ ଦରଦାମରେ କିଣିବା ପାଇଁ ଖାଉଟୀ ପାଖରେ ଅର୍ଥ ନାହିଁ।ବରଂ ଅତ୍ୟଧିକ ଚାଷ କଲେ ,ଦରଦାମ ବୃଦ୍ଧିରେ ରୋକ ଲଗାଇ ନିଜେ ସ୍ବାବଲମ୍ବୀ ହୋଇପାରିବେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: