ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିବାବକଙ୍କ ସହଭାଗିତା ସମ୍ମିଳନୀ

0
83
ବୁଡ଼ାଗୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ସଦର ଗାଁ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିବାବକ ଙ୍କ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023-09-22 at 18.08.40

ଏହି ବୈଠକ କୁ ଓଡ଼ିଶା ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବ୍ଲକ ର ପ୍ରତ୍ୟେକ ବିଦ୍ୟାଳୟରେ ଅଭିବାବକ ର ସହଭାଗିତା ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ଆଜି ବୁଡ଼ାଗୁଡା ଠାରେ ଅଭିବାବକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହିବୈଠକରେ ମୁଖ୍ୟ ଅତିଥି ଭାବେ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀରାମ କାଡ୍ରାକା, ମୁଖ୍ୟ ଭକ୍ତା ବାଭେ କୃଷି ବିଭାଗ ଅଧିକାରୀଣି ମଞ୍ଜୁଳା ନାୟକ, ସନମାନିୟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଅଧ୍ୟକ୍ଷ ଡମ୍ବୁରୁ କଞ୍ଜକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମାଝୀ ମଞ୍ଚାସିନ ରହିଥିଲେ । ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଅଭିବାବକ ମାନଙ୍କୁ ବୁଝାଇଥିଲେ । ଏଥିରେ ଅଙ୍ଗନ ୱାଡି କର୍ମୀ ମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝୀ ଛାତ୍ର ଛାତ୍ରୀ ଙ୍କ ଅଧିକାର ବିଷୟରେ କହିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଏହି କାର୍ଯ୍ୟ କ୍ରମ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତରହି ଅଭିବାବକ ମାନଙ୍କୁ ଶିକ୍ଷାର ଉନ୍ନତି, ବାଲ୍ୟବିବାହ, ବିଦ୍ୟାଳୟ ସପାସୁତୁରା ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏଥିରେ ଅଭିବାବକ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପରି କଲ୍ୟାଣସିଂହପୁର ବ୍ଲକ ରେ ପାଞ୍ଚ ଟି ଟି ଆର ଡବ୍ଲୁ ବିଦ୍ୟାଳୟ ଯଥା ବୁଡ଼ାଗୁଡା, ପଲମା, ଶିରିପୁର, କାଣ୍ଡସୁର ଓ ବିଜୟ ନଗର ରେ ଅଭିବାବକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଥିଲା।