Tuesday, September 29, 2020
Home Cultural & Festival କୋସଲି ଭାଷାରେ ଶିକ୍ଷାଦାନ ଦାବୀରେ ନୀରବ ସତ୍ୟାଗ୍ରହ

କୋସଲି ଭାଷାରେ ଶିକ୍ଷାଦାନ ଦାବୀରେ ନୀରବ ସତ୍ୟାଗ୍ରହ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୮ ୵ ୯ ୵ ୨୦): ଗାଇସିଲାଟ ବ୍ଲକ ବୁରୋମୁଣ୍ଡା ଠାରେ ପଶ୍ଚିମ ଓଡିଶାରେ କୋସଲି ଭାଷାରେ ଶିକ୍ଷାଦାନ ପ୍ରଚଳନ କରିବା ଦାବୀରେ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫରୁ ନୀରବ ସତ୍ୟାଗ୍ରହ ଆରମ୍ଭ କରାଯାଇଛି ।

ପ୍ରଥମ ଦିନରେ ସତ୍ୟାଗ୍ରହୀ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ସାକେତ ଶ୍ରୀଭୂଷଣ ସାହୁ ନୀରବ ବ୍ରତ ଧାରଣ କରି ସରକାର ମନମୁଖୀ ପଶ୍ଚିମ ଓଡିଶାର ବିଦ୍ୟାଳୟ ମାନଙ୍କୁ ଓଡିଆ ମାଧ୍ୟମ ଚଲାଉଥିବା ନେଇ ବିରୋଧ ଜଣାଇଥିଲେ । ସତ୍ୟାଗ୍ରହୀ ମାନଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ ନୋଟ ରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡିଶା ପାଇଁ ଓଡ଼ିଆ ଏକ ବିଦେଶୀ ଭାଷା । ତେଣୁ ପଶ୍ଚିମ ଓଡିଶାର ଶିଶୁ ପ୍ରଥମେ ଏକ ବିଦେଶୀ ଭାଷା ଶିଖୁଛି ଏବଂ ପରେ ଅନ୍ୟ ବିଷୟ ସବୁ ସେ ଭାଷାରେ ପଢିବା ବେଲେ ମାନସିକ ଚାପର ଶିକାର ହେଉଛି । ଏହାଦ୍ୱାରା ସେ ବିଷୟକୁ ଶିଖିବା ପାଇଁ ଓଡିଶାର ଓଡିଆ ଭାଷୀ ଅଞ୍ଚଳର ଶିଶୁ ମାନଙ୍କ ଠାରୁ ପଛେଇ ଯାଉଛି । ଏହି ପାର୍ଥକ୍ୟ ଓଡିଆ ଭାଷୀ ଅଂଚଳ ଓ କୋସଲି ଭାଷୀ ଅଂଚଲର ଛାତ୍ରମାନଂକ ଶିକ୍ଷାହାର ଦେଖି ଜାଣିପାରିବେ । ପଶ୍ଚିମ ଓଡିଶାର ଶିକ୍ଷାହାର ୪୨% ରୁ ୭୦.୬୫% ମଧ୍ୟରେ ରହିଥିବା ବେଳେ ପୂର୍ବ ଓଡିଶାର ଶିକ୍ଷାହାର ୭୦.୫୬% ରୁ ୭୯.୫୯% । ଏ ତାରତମ୍ୟର ଅନେକ ପାରିପାର୍ଶିକ କାରଣ ଥିଲେ ମଧ୍ୟ ମୂଖ୍ୟ ହେଉଛି ପୂର୍ବ ଓଡିଶାର ଶିଶୁମାନେ ତାଙ୍କ ମାତୃଭାଷା ଓଡ଼ିଆରେ ଶିକ୍ଷା ପାଉଥିବା ବେଳେ ପଶ୍ଚିମ ଓଡିଶାର ଶିଶୁମାନେ ତୀକ ମାତୃଭାଷା କୋସଲିରେ ଶିକ୍ଷା ପାଉନାହାନ୍ତି । ତେଣୁ ସତ୍ୟାଗ୍ରହୀ ମାନେ ଦାବି କରୁଛନ୍ତି ଯେ ପଶ୍ଚିମ ଓଡିଶାର ଛାତ୍ରକୁ ତାର ମାତୃଭାଷା କୋସଲିରେ ଶିକ୍ଷା ଦିଆଯାଉ । ପ୍ରଥମ ଦିନର ସତ୍ୟାଗ୍ରହକୁ ସମର୍ଥନ ଦେବାପାଇଁ କବି ଯଦୁମଣି ସାହୁ, ଭାଷାକର୍ମି ବଲ୍ଲବ ସାହୁ,କବି ଶେଷଦେବ ଦୀପ, କବି ଇଶ୍ଵର ସାହୁ ଯୋଗଦାନ କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: