Friday, March 29, 2024

Top 5 This Week

Related Posts

କାଶୀନଗର ବିଭିନ୍ନ ଯାଗାରେ ଗଣେଶ ପୂଜା ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୯) : ଗଜପତି ଜିଲ୍ଲାର କାଶୀନଗର ସହର ଓ ଗ୍ରାମାଞ୍ଚଳ ର ବିଭିନ୍ନ ଯାଗାରେ ଗଣେଶ ପୂଜା ହେଉଥିବା ଜଣା ଯାଇଛି ।

କାଶୀନଗର ସହର ଗଣେଶ ମୂର୍ତ୍ତିର ହବ ପାଲଟିଥିବା ଓଡିଶା ଖବର ରେ ପ୍ରକାଶ ପାଇଥିଲା । ଏଠାକାର କାରିଗରଙ୍କ ମେହନତ ସେମାନଙ୍କୁ ଆହୁରି ବିକାଶ କରିପାରିଥିଲା । କାଶୀନଗର ୨/୩ ଯାଗାରେ ଚଳିତ ବର୍ଷ ଲକ୍ଷାଧିକ ଟଙ୍କାର କାରବାର ହୋଇଥିଲା । ଶେଷ ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନ ପ୍ଲାଷ୍ଟ୍ର ପେରିସ ମୂର୍ତ୍ତି ବିକ୍ରି କରିବାକୁ ମନା କରିବାରୁ କାରିଗର ମାନେ ବହୁ ନଷ୍ଟରେ ପଡ଼ିଥିଲେ । ତଥାପି ଚଳିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗଣେଶ ପୂଜା ଚାଲିଛି ଭବ୍ୟ ତୋରଣ ଓ ବିଦ୍ୟୁତ ସାଜସଜ୍ଜା ରେ ସହର ଝଲସି ଉଠିଛି । ହନୁମାନ ୟୁଥ କ୍ଲବ, ତୁଫାନ ଯୁବ ସଂଘ, ମଜାଲା ସାହି, ବ୍ରାହ୍ମଣ ସାହି, ବସଷ୍ଟାଣ୍ଡ ରେ ଭଲ ପୂଜା ଚାଲିଛି । ଏଠାରେ ଗଣେଶଙ୍କ ଲଡ଼ୁ ଲକ୍ଷାଧିକ ଟଙ୍କାରେ ନିଲାମ ହେବା ନଜର ରହିଛି ।

1 COMMENT

Comments are closed.

Popular Articles