ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ

0
58
ରାଜ୍ୟ ସ୍ତରୀୟ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୧/୦୯) : ପୁରୀ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଅଣ୍ଡର-୧୭ ବାଳକ ବାଳିକା ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟନସିପ ହୋଇଥିଲା lWhatsApp Image 2023-09-22 at 09.26.39

ବକ୍ସିଂ ଚମ୍ପିୟାନ ରେ କଦମା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇଛାତ୍ରି ଅପସରା ଶବର ଓ ଗାୟତ୍ରୀ ଶବର ଭାଗ ନେଇଥିବା ବେଳେ ସେହି ଦୁଇ ଜଣଙ୍କ ମଧ୍ୟରୁ ଅପସରା ଶବର କାଂସ୍ୟ ପଦକ ହାସଲ କରି ନିଜ ସ୍କୁଲ ତଥା ଗୁଡାରି ବ୍ଲକ ଓ ଜିଲ୍ଲା ସ୍ତରରେ ମଧ୍ୟ ଏହି କୃତିତ୍ୱ ହାସଲ କରିଛନ୍ତି l ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକୃଷ୍ଣ ଗମାଙ୍ଗ ଉପସ୍ଥିତ ରହି ଏହି ଦୁଇ ଛାତ୍ରୀଙ୍କୁ ଆଗାମୀ ଦିନରେ ନିଜ ବିଦ୍ୟାଳୟର ନାମ ରଖିବା ପାଇଁ ମଧ୍ୟ ଆଶୀର୍ବାଦ କରିଥିଲେ ତତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଭଳି ଆଗକୁ ଯିବା ପାଇଁ ସେ ବକ୍ତବ୍ୟ ମାଧ୍ୟମରେ ବୁଝାଇ ଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l

ପ୍ରକାଶ ଥାଉକି ଅପସରା ଶବର ଗୁଡାରି ବ୍ଲକର ମେଟୁ ଖିଲୁଙ୍ଗି ରାଇ ଗ୍ରାମ ପଞ୍ଚାୟତର ସର୍ଗିଗୁଡା ବାସିନ୍ଦା ହୋଇଥିବା ବେଳେ, ଗାୟତ୍ରୀ ଶବର କଦମା ଗ୍ରାମ ପଞ୍ଚାୟତ ର ଅନୁ ଗୁରୁଠି ଗ୍ରାମର ବାସିନ୍ଦା ଅଟନ୍ତି l ପ୍ରଥମ ଥର ଭାଗ ନେଇ ରାୟଗଡା ଜିଲ୍ଲାର କଦମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାର ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ କାଂସ୍ୟ ପଦକ ଜିତିଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ବକ୍ସିଂ ଚମ୍ପିୟାନସିପରେ l

ଏହି ପ୍ରତିଯୋଗିତାରେ ୫୦ କେଜି ବର୍ଗରୁ ଆରମ୍ଭ କରି ୬୦ କେଜି ବର୍ଗ ମଧ୍ୟରେ ବାଳକଙ୍କ ଏବଂ ୪୨ ବର୍ଗରେ ବାଳିକାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ୪୨କେଜି ବାଳିକା ବର୍ଗରେ ଅପସରା ଶବର କାଂସ୍ୟ ପଦକ ଜିତିଛନ୍ତି l ବକ୍ସିଂ ଖେଳ ପାଇଁ ଅଧିକ ପ୍ରୋତ୍ସାହନ ମିଳିଲେ ଆମେ ସ୍ବର୍ଣ୍ଣ ପଦକ ଜିତି ଆସିପାରିବୁ ବୋଲି ଖେଳାଳି ମାନେ ପ୍ରକାଶ କରିଥିବା ବେଳେ ଖେଳାଳିଙ୍କୁ ବକ୍ସିଂ ଅଭ୍ୟାସ ନିମନ୍ତେ ଅଧିକ ଖେଳ ସାମଗ୍ରୀ ଯୋଗାଇବା ପାଇଁ ପି ଇ ଟି ଶିକ୍ଷକ ତଥା କୋଚ ଏନ୍ ହାରିକ୍ରିଷ୍ଣା କହିଥିଲେ l