ଉନ୍ନୟନ କାମରେ ଅନିୟମିତତାକୁ ନେଇ NAC ଦ୍ଵାରସ୍ଥ ହେଲେ କୋଟପାଡ଼ ସହର ବାସୀ

0
49
ଉନ୍ନୟନ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୧/୯) : କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ୧୩ ଗୋଟି ୱାର୍ଡରେ ସଫେଇ ଓ ମୁକ୍ତା ଯୋଜନାରେ ବହୁ ଅନିୟମିତା ସାଙ୍ଗକୁ ସାନିଟେସନ ଟେଣ୍ଡର ମାଧ୍ୟମରେ ଶୌଚାଳୟ ଗୁଡ଼ିକର ଦୈନିକ ସଫେଇ ନିମନ୍ତେ ମାସିକ ଲକ୍ଷାଧିକ ଟଙ୍କା ବିଲ୍‌ କରାଯାଉଥିବା ବେଳେ ଶୌଚାଳୟ ଗୁଡ଼ିକ ସଫା କରାଯାଉ ନଥିବା ବିଷୟ ସହର ବାସୀ ଅଭିଯୋଗ କରିଛନ୍ତି ।WhatsApp Image 2023-09-21 at 19.14.39

ଅନୁରୂପ ଭାବେ ଫିନାଇଲ ପାଇଁ ମଧ୍ୟ ଲକ୍ଷାଧିକ ଟଙ୍କା ବିଲ୍‌ କରାଯାଉଛି, କିନ୍ତୁ ସେଗୁଡିକ ବ୍ୟବହାର କରିବା ଦେଖାଯାଉ ନାହିଁ । ଚାଳକଙ୍କୁ ମାସକୁ ମାସ ବେତନ ପ୍ରଦାନ କରାଯାଉଛି, କିନ୍ତୁ ବ୍ୟାଟେରୀ ଅପରେଟେଡ଼ ଭେହିକଲ ସେମିତି ପଡ଼ିରହିଛି । ଏପରିକି ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ସ୍ମାର୍ଟ ଶୌଚାଳୟ କେବେ କାର୍ଯ୍ୟକ୍ଷମ ହେବ ବୋଲି ସହର ବାସୀ NAC କାର୍ଯ୍ୟାଳୟକୁ ଯାଇ ପ୍ରଶ୍ନ କରିଛନ୍ତି । ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ପରିମଳ ପାଇଁ ଟେଣ୍ଡର ହୋଇଛି ବୋଲି କୁହାଯାଉଛି ,କିନ୍ତୁ ପ୍ରକୃତରେ ଟେଣ୍ଡର ହୋଇଛି କି ନାହିଁ ସହର ବାସୀ ସନ୍ଦେହ ପ୍ରକଟ କରିଛନ୍ତି ।

କେତେ ଶ୍ରମିକ ଅଛନ୍ତି, କେତେ ରହିବା କଥା, ସେମାନଙ୍କ ଇ.ପି.ଏଫ୍. ଜମା ହେଉଛି ନା ନାହିଁ ଏ ସବୁ ପ୍ରଶ୍ନ ନେଇ ସହରବାସୀଙ୍କ ମନରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଥିବା ବେଳେ ଦୈନିକ ବଜାର ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣ ସ୍ଥାନରେ ଷ୍ଟଲ ନିର୍ମାଣକୁ ବିରୋଧ କରି ୭ ନମ୍ବର ୱାର୍ଡର ମହାନ୍ତି ସାହି ବାସିନ୍ଦା ଆଇନ ଜୀବି କିଶୋରଚନ୍ଦ୍ର ମିଶ୍ର, ମିନୁ ରଥ, ପ୍ରଶାନ୍ତ ମହାନ୍ତି, ବିଦ୍ୟା ହୋତା, ଶେଖର ଦାସ,ପୂର୍ବ NAC ଉପାଧ୍ୟକ୍ଷ ବାପୁନ୍ ତ୍ରିପାଠୀଙ୍କ ସହ ବହୁ ସହର ବାସୀ ପରିଷଦ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ସମସ୍ତ ଅନିୟମିତତା ବିଷୟରେ ଅବଗତ କରିଥିଲେ ।

ସବୁ ଅଭିଯୋଗ ଶୁଣିଲା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା ଓ ଅଧ୍ୟକ୍ଷ ଏମ୍ ଶଙ୍କର ରାଓ , ସାନିଟେସନ ସୁପରଭାଇଜର ସୁପ୍ରଭା ମଲ୍ଲିକ ଖୁବ୍ ଶୀଘ୍ର ସଫେଇ କାମରେ ଫିନାଇଲ ବ୍ୟବହାର ସହ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଷୟ ଅଭିଯୋଗ କାରୀ ସଚେତନ ସହର ବାସୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।