ମରଣ ଯନ୍ତା ପାଲଟିଛି ମୂଖ୍ୟ ରାସ୍ତା

0
54
ମରଣ ଯନ୍ତା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୧/୯) : ବିକାଶ ନାଁ’ରେ କୋଟିକୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ବିକାଶ କିପରି ହେଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ।WhatsApp Image 2023-09-21 at 17.40.38

ମରଣ ଯନ୍ତା ପାଲଟିଛି ତରାମାଳ ଠାରୁ ଗଙ୍ଗାପୁର ମୂଖ୍ୟ ରାସ୍ତା । ଏଭଳି ଏକ ରାସ୍ତା ଯାହା ତିନୋଟି ପଞ୍ଚାୟତବାସୀଙ୍କ ପାଇଁ ଏବେ ମରଣଯନ୍ତା ପାଲଟିଛି, ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଘନାନ୍ତ୍ରୀ ପଞ୍ଚାୟତର ତରାମାଳ ଠାରୁ ଗଙ୍ଗାପୁର ମଧ୍ୟରେ । ଏହି ପାଞ୍ଚ କିଲୋମିଟର ବିଶିଷ୍ଟ ମୂଖ୍ୟ ରାସ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଛି । ପ୍ରତିଦିନ ଏହି ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଶହଶହ ଛାତ୍ର ଛାତ୍ରୀ ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ ଯିବାଆସିବା କରିଥାନ୍ତି, ବର୍ଷା ହୋଇଗଲେ ଏ ରାସ୍ତା ଦେଇ ସ୍କୁଲ ଯିବା ସମ୍ଭବ ହେଉନାହିଁ । ଏପରିକି ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ଗ୍ରାମରେ ପହଞ୍ଚି ପାରୁନାହିଁ ‌। ଏ ଅଞ୍ଚଳର ଜନସାଧାରଣ ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ସମସ୍ତଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ବି ଆର୍ ସି ନାମକ ଏକ ଠିକା ସଂସ୍ଥା ଟିପର ସାହାଯ୍ୟରେ ବେଆଇନ ଭାବେ ଦିନ ରାତି ଏହି ରାସ୍ତା ଦେଇ ପଥର, ମେଟାଲ, ଚିପସ୍ ଚାଲାଣ କରୁଥିବାରୁ ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ, ଠିକା ସଂସ୍ଥା ସହ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ପ୍ରଶାସନ କୋୖଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ମାନେ କହିଛନ୍ତି । ତେବେ ଏହି ଅଞ୍ଚଳ ରାସ୍ତାର ସମସ୍ୟା ପ୍ରଶାସନ କାନକୁ କେବେ ଶୁଭୁଛି ଓ ସରକାରଙ୍କ କୃପା ଦୃଷ୍ଟି କେବେ ଏ ଅଞ୍ଚଳବାସୀଙ୍କ ଉପରେ ପଡୁଛି ଦେଖିବାକୁ ବାକି ରହିଲା ।