ଦୁର୍ଗାପୂଜା ଗୋଷ୍ଠୀକେନ୍ଦ୍ରରେ ଶୁଭ ଖୁଣ୍ଟି ସ୍ଥାପନ

0
38
ଦୁର୍ଗା ପୂଜା

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୧/୦୯) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଏନ୍ ଏ ସି ର ଟାଉନ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ପୂଜା ଗୋଷ୍ଠୀ କେନ୍ଦ୍ର ନିକଟରେ ଦୁର୍ଗା ପୂଜା ନିମନ୍ତେ ଗୁରୁବାର ଦିନ ଶୁଭ ଖୁଣ୍ଟି ସ୍ଥାପନ କରାଗଲା।

ଦୁର୍ଗା ପୂଜା ସଭାପତି ସନ୍ତୋଷ ମହାନ୍ତି ଓ କେଦାର ସାହୁ ଙ୍କ ନେତୃତ୍ୱରେ ହୋଇଥିବା ଶୁଭ ଖୁଣ୍ଟି ସ୍ଥାପନରେ କର୍ତ୍ତା ଭାବେ କେଦାର ସାହୁ ଦାୟିତ୍ୱ ତୁଲାଇ ଥିବା ବେଳେ ରାଜପୁରୋହିତ ଗୋୖରୀ ରଥ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ରେ ଏମ ପ୍ରସାଦ,ଦିଲ୍ଲୀପ ସାହୁ, ସୁଶୀଳ ଗୁରୁ, କୁନା ବେହେରା, ମୁନା ନନ୍ଦ, ମାନସ ମାଳି ଙ୍କ ସମେତ ପୂଜା କମିଟିର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।