ଗଣେଶ ପୂଜା ଓ ନୁଆଁଖାଇ ପାଳନ

0
49
ଗଣେଶ ପୂଜା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୯) : ରାୟଗଡା ଜିଲ୍ଲା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଗଣେଶ ପୂଜା ପାଳନ ପ୍ରତ୍ୟେକ ଗାଁ ଗହଳି ସମେତ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାଳନ କରିଥିବା ଦେଖିବା କୁ ମିଳିଛି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରାଯାଇଛି । କଲ୍ୟାଣ ସିଂହପୁର ରାମମନ୍ଦିର ଛକ ତ୍ରିପାଠୀ ସାହି ଏହି ପରି ପ୍ରତ୍ୟେକ ବିଦ୍ୟାଳୟ, ସମେତ ପ୍ରତ୍ୟେକ ଗାଁ ଗହଳିରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ଗଣେଶ ଙ୍କ ପୂଜା ପାଳନ କରାଯାଇଛି । ସେହିପରି କଲ୍ୟାଣସିଂହପୁର ବ୍ଲକ ରେ ପ୍ରତେକ ଗାଁ’ରେ ବିନାୟକ ଚତୁର୍ଥୀ ପାଳନ କରାଯାଇଛି । ଆସନ୍ତା କାଲି ନୂଆଖାଇ ପାଳନ କରାଯାଏ ।

ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଆଦିବାସୀ, ଦଳିତ, ସାଧାରଣ ବର୍ଗ ର ଲୋକମାନେ ମାନେ ମଧ୍ୟ ନୂତନ ଖାଦ୍ୟ ସାମଗ୍ରୀ ତଥା ତେନ୍ତୁଳି, ସାରୁ ନୁଆଁ ଧାନ, ବଣର କନ୍ଦା ଏହିପରି ନୁଆଁ ଜିନିଷ ମାନ ପ୍ରତ୍ୟେକ ଘରେ ରଷେଇ କରି ସମସ୍ତେ ଏକାଟି ବସି ଖାଆନ୍ତି । ଆଦିବାସୀ ପରମ୍ପରା ଅନୁଯାୟୀ ଗାଁ ଧରଣୀ ରେ ଛେଳି, ମେଣ୍ଡା, କୁକୁଡ଼ା ବଳୀ ଦିଅନ୍ତି ତାପରେ ପ୍ରତେକ ଘରେ କୁକୁଡ଼ା ପୁଜି ନୁଆଁ ଧାନ, ସାରୁ, ତେନ୍ତୁଳି ରାନ୍ଦନ୍ତି ।ବୋଲି ବୁଦ୍ଧିଜୀବୀ ମୋହଲ ରେ କହିଛନ୍ତି ।