ଗଣେଶ ପୂଜା ବାସି ଭୋଗ ଖାଇ ୫୦ରୁ ଉର୍ଦ୍ଧ ଗୁରୁତର

0
53
ଗଣେଶ ପୂଜା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜି ଏକ ଦୁଖଃଦ ଘଟଣା ଘଟିଯାଇଛି lWhatsApp Image 2023-09-21 at 11.00.24

ଗୋଟିଏ ପଟେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ମହାଆନନ୍ଦରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ୫୦ ରୁ ଉର୍ଦ୍ଧ ଶିଶୁ ଓ ମହିଳା l ସୂଚନା ଅନୁଯାଇ ମୂଷାଡ଼ ଗ୍ରାମରେ ଗତକାଲି ଗଣେଶ ଚତୁର୍ଥୀ ପାଳିତ ହୋଇଥିବା ବେଳେ ଆଜି ମଧ୍ୟାହ୍ନ ୧୧ ଘଣ୍ଟl ରେ ଗଣେଶ ପୂଜାର ବlସି ଚୁଡା ଭୋଗ ଖାଇ ୫୦ ରୁ ଉର୍ଦ୍ଧ୍ୱ ମହିଳା ଓ ଶିଶୁ ଗୁରତର ହୋଇଛନ୍ତି l ଚୁଡା ଭୋଗ ଖାଇବା ପରେ ପେଟ ରେ ଯନ୍ତ୍ରଣା ହେବା ସହ ଅଧିକାଂଶ ବାନ୍ତି କରି ଅସୁସ୍ଥ ହୋଇଥିଲେ l

ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲାଓ ଗୁରୁତର ଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ଥିବା ଜଣାପଡିଛି l ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ପଠା ଯାଇଥିବା ଜଣା ପଡିଛି l ଆଗକୁ ଆହୁରି ଗୁରୁତର ହେବେ ବୋଲି ଆଶଙ୍କା କରାଯାଉଛି l