Tuesday, September 29, 2020
Home District News ଟେଲି ଫିଲ୍ମ ନଦୀର୍ ପାଏନ୍ ନଏଦକେ ଯା ର ଶୁଭ ମୁହରତ୍

ଟେଲି ଫିଲ୍ମ ନଦୀର୍ ପାଏନ୍ ନଏଦକେ ଯା ର ଶୁଭ ମୁହରତ୍

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର, ତା ୭ ୵ ୯ ୵ ୨୦): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଲତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲି ଫିଲ୍ମ ନଦୀର୍ ପାଏନ୍ ନଏଦକେ ଯା ର ଶୁଭ ମୁହରତ୍ ରବିବାର ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ବୁଡାପାଲି ଶୈବପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ନିକଟସ୍ଥ ବାବା ଡୁଙ୍ଗୁରୀରୁ ସୁଟିଂ ଆରମ୍ଭ ହୋଇଥିଲା। ନାଟ୍ୟକାର ରାଜେଶ କୁମାର କାରିଆ ଏହାର କାହାଣୀ ଓ ସଂଳାପ ରଚନା କରିଥିବାବେଳେ ରାଜେଶ୍ବର ବେହେରା ଚିତ୍ରନାଟ୍ୟ ଦେଇଥିଲେ। ବିଶିଷ୍ଟ କ୍ୟାମେରାମେନ ଜିତେନ୍ଦ୍ରିୟ ମେହେରଙ୍କ ତତ୍ତ୍ବାବଧାନରେ ଦେବାଶିଷ ମେହେର, ତୁଳସୀ ନାଏକ, ପ୍ରଶାନ୍ତ ଚିରଗୁଣ ଚିତ୍ର ଉତ୍ତୋଳନ କରିଥିଲେ। ଚିତ୍ରସେନ ମେହେର ନିର୍ଦ୍ଦେଶନା ଦେଇଥିବାବେଳେ କୋରିଓଗ୍ରାଫର ଭାବେ ଯୋଗ ଦେଇଥିଲେ ନ୍ରୁତ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଣ୍ଡେ। କଣ୍ଠଶିଳ୍ପୀ ସୁଷମା ଭୋଇ କଣ୍ଠ ଦାନ କରିଥିବାବେଳେ ଘନଶ୍ୟାମ ମେହେର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।ପାଣି ମଣିଷର ଏକ ଅତ୍ଯାବଶ୍ଯକ ସାମଗ୍ରୀ। ଏହା ବିନା ଜୀବନ ଧାରଣ ଅସମ୍ଭବ। ପିଲା ଠାରୁ ବୁଢା ପର୍ୟ୍ଯନ୍ତ ସଭିଏଁ ଏକଥା ମର୍ମେ ମର୍ମେ ଅନୁଭବ କରୁଛନ୍ତି। ହେଲେ କ୍ରମଶଃ ନଦୀ ଓ ଭୂତଳ ଜଳ ବିଭିନ୍ନ ଭାବରେ ପ୍ରଦୂଷିତ ହେବାକୁ ଲାଗିଛି। ଏ ଦିଗରେ ସଭିଏଁ ଦ୍ରୁଷ୍ଟି ନ ଦେଲେ ଆଗାମୀ ଦିନରେ ପ୍ରଦୂଷିତ ପାଣି ବ୍ଯବହାର କରି ନାନାଦି ରୋଗ ସ୍ରୁଷ୍ଟି ହେବା ସହ ଜଳ ସମସ୍ଯା ଦେଖା ଦେବ। ଏପରି ଦିନ ଆସିବ ଯେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକମାନେ ସରକାରଙ୍କ ଉପରେ ନିର୍ଭର କରିବାକୁ ବାଧ୍ଯ ହେବେ। ଜଳ ପ୍ରଦୂଷଣ ରୋକିବାକୁ ଏଥରେ ବଳିଷ୍ଠ ବାର୍ତ୍ତା ନିହିତ ରହିଛି ବୋଲି ନାଟ୍ୟକାର ରାଜେଶ କୁମାର କାରିଆ କହିଛନ୍ତି। ବିଜେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବାର ଯୋଜନା ରହିଛି। ତରଣୀସେନ ସାହୁ, ଜିତେନ୍ଦ୍ରିୟ ମେହେର, ନରେଶ ତରିଆ, ଭରତ ସାହୁ, ଭାଗବତ ପଧାନ, ନେତ୍ରାନନ୍ଦ ମେହେର, ନୀଳମଣି ମେହେର, ରାଜେଶ୍ବର ବେହେରା,ଭାଗବତିଆ ବରିହା, ହେମରେଣୁ ମେହେର, ସ୍ବରୂପ ମେହେର,ସୁଜିତ ରଣା ସମେତ ଆଞ୍ଚଳିକ କଳାକାରଗଣ ଏଥିରେ ଅଭିନୟ କରିଥିଲେ। ସୁଟିଂ କାର୍ଯ୍ୟକ୍ରମ ପୁରା ଦମରେ ଚାଲିଥିବାବେଳେ ଖୁବ୍ ଶୀଘ୍ର ଏହା ମୁକ୍ତି ଲାଭ କରିବ ବୋଲି ସଂପ୍ରୁକ୍ତ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: