ପରିବହନ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ବେଆଇନ୍ ଭାବେ ସ୍କୁଲ ବସ ଚାଲିବା ନେଇ ସରଗରମ ରାଜନୀତି

0
255

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୧୮-୦୯): ସରକାରୀ ଭାବେ ହାଇ ସିକ୍ୟୁରିଟୀ ନମ୍ୱର ପ୍ଲେଟ ସହ ସୁରକ୍ଷିତ ଯାତ୍ରା ଆଇନ୍ ପ୍ରସ୍ତୁତି ଓ କଡାକଡି କାର୍ଯ୍ୟକାରୀ ହୋଇଛି । ଏପରିକି ଦୁଇ ଚକିଆ ବାଇକ ରେ ଉକ୍ତ ନୂତନ ହାଇ ସିକ୍ୟୁରିଟି ନମ୍ବର ନ ଥିଲେ ୬୦୦/- ହଜାର ଟଙ୍କା ଜୋରିମାନା ଆଦାୟ ହେଉଛି ।tg2

ହେଲେ ପରିତାପ ର ବିଷୟ ପରିବହନ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡି ରେ ନମ୍ୱର ନ ଥିବା ଇତି ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ସେହିପରି କୌଣସି ବଡ଼, କଳକାରଖାନା ମଧ୍ୟରେ ଉକ୍ତ ନମ୍ୱର ଓ ଗାଡି କାଗଜ,ପତ୍ର ନ ଥିବା ଏକ ଭିନ୍ନ କଥା । ହେଲେ ପରିତାପ ର ବିଷୟ ଯେ ଟିଟିଲାଗଡ ରେ ପରିବହନ ମନ୍ତ୍ରୀ ତଥା ନିଜ ଅଞ୍ଚଳ ର ବିଧାୟିକା ଟୁକୁନି ସାହୁ ଙ୍କ ଛତ୍ର,ଛାୟା ତଳେ ଏକ ସ୍କୁଲ ର ବ୍ୟବହୃତ ଗାଡି ଗୁଡିକ ବ୍ୟବହାର କରି ଭଙ୍ଗା ଦଦରା ଗାଡ଼ିରେ କୁନି ଶିଶୁ ଙ୍କ ଜୀବନ ସହ ଖେଳୁଥିବା ନଜର କୁ ଆସିଛି । ପ୍ରକାଶ ଯେ,ଟିଟିଲାଗଡ ଡି ଏ ଭି ପବ୍ଲିକ ସ୍କୁଲ ର କୌଣସି କାଗଜ,ପତ୍ର ତ ଦୂର ର କଥା ଶିଶୁ ଙ୍କୁ ନେଇ ଯାଉଥିବା ଗାଡି ଡ଼୍ରାଇଭର ଙ୍କ ଲାଇସେନ୍ସ ନାହିଁ ।

tg4ଭଙ୍ଗା,ଦଦରା ଗାଡ଼ିରେ ଦୀର୍ଘ ବର୍ଷ ଧରି ଶିଶୁ ଙ୍କ ଜୀବନ ସହ ଖେଳୁଥିବା ଓ ଜାଣି ,ଶୁଣି ବ୍ୟବସାୟୀ ମନୋବୃତି ରେ ଛାତ୍ର,ଛାତ୍ରୀ ଙ୍କ ଟଙ୍କା ରୁ ସ୍ଥାନୀୟ ବିଧାୟକ ଙ୍କ ପ୍ରତିନିଧି ଜରିଆରେ ଅର୍ଥ କାରବାର କରି ଏଭଳି ଖୋଲା,ଖୋଲି ବେଆଇନ୍ କାର୍ଯ୍ୟ ଚାଲିବା ଲିଖିତ ଅଭିଯୋଗ ହୋଇଥିଲା । ଗତ ୧୬ ତାରିଖରେ ଅଭିଯୋଗ ନେଇ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗାଡି ,ଗୁଡିକ ରୁ ୧ଲକ୍ଷ ୬୩ ହଜାର ଟଙ୍କା ର ଫାଇନ କାଟିବା ସହ ଫିଟନେସ ନ ଥିବା ତିନୋଟି ଗାଡି ଜବତ କରାଯାଇଥିଲା ହେଲେ ଉକ୍ତ ତିନୋଟି ଗାଡି ପୂର୍ବବତ ଚାଲିଛି ।tg3

ଏପରିକି ଉକ୍ତ ବିଭାଗୀୟ ଅଧିକାରୀଙ୍କ ତରଫରୁ ଚଢ଼ାଉ ବେଳେ ସ୍ଥାନୀୟ ବିଧାୟିକାଙ୍କ ଜଣେ ପ୍ରତିନିଧି ଜରିଆରେ ଉକ୍ତ ସରକାରୀ କର୍ମଚାରିଙ୍କୁ ଫୋନ୍ ଯୋଗେ କଥା କରେଇ ଚାଲିଯାଇଥିଲେ । ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବଦଳରେ ମନ୍ତ୍ରୀ ଓ ଉକ୍ତ ସରକାରୀ ବାବୁ ମାନେ ବର୍ତମାନ ସୁଦ୍ଧା ନୀରବ ରହିବା ଓ ମନ୍ତ୍ରୀ ଙ୍କ ମାସିକ କୋଟା ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏ ନେଇ ଆମ ନିକଟରେ ସ୍କୁଲ ଅଧ୍ୟକ୍ଷ ବ୍ୟସ୍ତ ଥିବା ବାହାନା କରି ଏକ ଘଣ୍ଟା ସମୟ ମାଗି ଚାଲିଯାଇଥିଲେ । ଏ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରାଜନୈତିକ ଅଭିସନ୍ଧି ସ୍ପଷ୍ଟ ହୋଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେଇ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।