କାଇଠପଦର ସ୍କୁଲରେ ତାଲା ଛାତ୍ରଛାତ୍ରୀଙ୍କ ଶ୍ରେଣୀ ବର୍ଜନ

0
67

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୧୯/୯): କାଶୀନଗର ବ୍ଲକ୍ ଶିଆଳି ପଞ୍ଚାୟତ ଅନ୍ତର୍ଗତ କଇଠପଦର ଗ୍ରାମର ଉପ୍ରା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରି ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ନିମନ୍ତେ ଆଡି ବସି ଧାରଣାରେ ବସିଛନ୍ତି।

ଘଟଣା ରୁ ପ୍ରକାଶ ଯେ ଗତ ୨୮ ତାରିଖ ରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଗ୍ରାମର ଅଭିଭାବକ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗୁହାରୀ କରି ଦରଖାସ୍ତ ଦେଇଥିଲେ। ସେହି ଘଟଣାରେ ପ୍ରଧାନ ଶିକ୍ଷକ ପିଲା ମାନଂକୁ ଅଭିଯୋଗ ପଠେଇ ଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କୁ ନିଲମ୍ୱିତ କରିଦେଇଛନ୍ତି। ପୂର୍ବରୁ ସ୍ଥାନୀୟ ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ ସ୍କୁଲ ଗୃହ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି।

ଆଜି ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବୀ କରି ସ୍କୁଲ ଆଗରେ ଧାରଣା ଦେଇଛନ୍ତି। ସ୍କୁଲରେ ତାଲା ପଡିଛି ଓ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରୁ ବଞ୍ଚିତ। ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରିବା ନେଇ ଜଣେଇ ଛନ୍ତି।