Tuesday, September 29, 2020
Home Business & Private ସେଞ୍ଚୁରୀୟାନ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ

ସେଞ୍ଚୁରୀୟାନ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୫/୦୯): ସେପ୍ଟେମ୍ବର୫ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନଟିକୁ ଗୁରୁଦିବସ ରୂପେ ଆମ ଦେଶରେ ପାଳନ କରାଯାଉଥିଲା ବେଳେ ରାୟଗଡା ପିତାମହଲ ଠାରେ ସ୍ଥାପିତ ସେଞ୍ଚୁରୀୟାନ ପବ୍ଲିକ ସ୍କୁଲରେ ମଧ୍ୟ ଗୁରୁଦିବସ ଭିନ୍ନ ଏକ ଉପାୟରେ ପାଳନ କରାଯାଇଛି l

କରୋନା ମହାମାରୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ, ଶିକ୍ଷାର୍ଥୀ ଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପବିତ୍ରଗୁରୁଦିବସ କାର୍ଯ୍ୟକ୍ରମକୁ ମଧ୍ୟ ଅନଲାଇନ ରେ ହିଁ ପାଳନ କରାଯାଇଥିଲା l ଗୁରୁଦିବସ ପାଳନ ଦିନଠାରୁ ଏହା ପ୍ରଥମ ଥର ଶିକ୍ଷାର୍ଥୀଙ୍କ ଅନୁପସ୍ଥିତି ରେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଛାତ୍ରଛାତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜେଶ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁଦିବସଟି ଶୃଙ୍ଖଳିତଭାବେ ପାଳିତ ହୋଇଯାଇଛି l ଏହି ଅବସରରେ ଅନଲାଇନ ସେବା ମାଧ୍ୟମରେ ହିଁ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟରେ ଦେଶଭକ୍ତି ଗୀତ, ବକୃତା ତଥା କୁଇଜ ପ୍ରତିଯୋଗିତା କରାଯାଇଥିଲା ସମସ୍ତ ଶିକ୍ଷାର୍ଥୀ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧାକୃଷ୍ଣ ମହାପାତ୍ର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହାପରେ ପରେ ଶ୍ରୀଯୁକ୍ତ ତପନ କୁମାର କଳସୀ ଏବଂ ଶ୍ରୀମତୀ ସସ୍ମିତା ପଣ୍ଡା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଭୂମିକା ବିଷୟରେ ଛାତ୍ରଛାତ୍ରୀ ଙ୍କୁ ଅଭିଭାଷଣ ପ୍ରଦାନ କରିଛନ୍ତି l କରୋନା ଭଳି ଅନ୍ତର୍ଜାତୀୟ ସମସ୍ୟା ସମୟରେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅନଲାଇନ ମାଧ୍ୟମରେ କିଭଳି ନିଷ୍ଠାର ସହିତ ନିଜ କର୍ତବ୍ୟ ସମ୍ପାଦନା କରିଛନ୍ତି, ସେହି ବିଷୟରେ ମଧ୍ୟ ବିଦ୍ୟାଳୟ ନିର୍ଦ୍ଧେଶକ ଶ୍ରୀଯୁକ୍ତ ରାଜେଶ ପାଢ଼ୀ ଅଭିଭାଷଣ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜେଆଇଟିଏମ ର ଅଧ୍ୟକ୍ଷା ଶ୍ରୀମତୀ ଚନ୍ଦନା ଅଧିକାରୀଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଉପସ୍ଥିତ ଥିଲେ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: