Friday, March 29, 2024

Top 5 This Week

Related Posts

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୦୯) : ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଜୟ ହୋଇଥିବା ରାୟଗଡା ଜିଲ୍ଲାର ବାଳିକା ଦଳକୁ ଆଜି ସ୍ଥାନୀୟ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲ lWhatsApp Image 2023-09-17 at 17.25.05

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା l ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାୟଗଡା ବାଳିକା ବର୍ଗରେ ରାୟଗଡା ଦଳ ବିଜୟ ଲାଭକରିଥିଲା l କୋଳାନାରା ବ୍ଲକ ଅନ୍ତର୍ଗତ କୈଳାଶପୁର ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ରିଙ୍କୁ କାଦ୍ରାକl, ସୁଭାଷିନୀ କୁମ୍ବ୍ରିକା, ରଂଜିତା ହେପୃକା, ଅନୁସୂୟା କୀଲାକା, ଉନ୍ନୀତ ଉଚବିଦ୍ୟାଳୟ ପୂଝରୀଗୁଡ଼ାର ତ୍ରିଶା ପେରସିକା, କରିସ୍ମା ହାରିକା, ସୋନାଲୁ କଲକା ଓ ଜଗଦମ୍ବା ଉଚବିଦ୍ୟାଳୟର ଜସ୍ମିତା କୀଲାକା, ସାବିତ୍ରୀ କlଦ୍ରlକl, ମନୀଷା ୱାଡକା, ରାଜେଶ୍ୱରୀ କଣ୍ଡlଗୋରି ଓ ଉନ୍ନୀତ ଉଚ୍ଚବିଦ୍ୟାଳୟ ମୁନ୍ସୀଙ୍ଗର ଶିବନ୍ତି ଗଣ୍ଟା ଆଦି ଜିଲ୍ଲାତରଫରୁ ଭlଗନେଇ ଉତ୍କୃଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ l

ବାଳିକା ମାନଙ୍କ କୋଚ ପାୟଲ ମାଝୀ, ବାଳକ ମାନଙ୍କ କୋଚ ଜୟକୃଷ୍ଣ ପାତ୍ର, ସନ୍ତୋଷ ନାୟକଙ୍କୁ ତତ୍ୱାବଧାନରେ ଜିଲାରୁ ଅଂଶଗ୍ରଣ କରିଥିଲେ l ଆଜି ସ୍ଥାନୀୟ ରେଳ ଷ୍ଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ କୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା ଶଶିଭୂଷଣ ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ହରିହର ପାତ୍ର, ଗୋବିନ୍ଦ ଚନ୍ଦ୍ର ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁନୀଲ ଚଦ୍ର ମହାନ୍ତ, ଜଗଡ଼ମ୍ବା ଉଚ୍ଚବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କଡମ୍ବାଳୁ ପ୍ରମୁଖ ସ୍ୱାଗତ କରିଥିଲେ l

Popular Articles