ସୋନପୁର ମହାବଳୀ ଯାତ୍ରା ୨୦୨୩ ନିମନ୍ତେ ଶାନ୍ତି କମିଟି ବୈଠକ

0
46
ସୋନପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୯) : ସୋନପୁର ର ମହାବଳୀ ଯାତ୍ରା ୨୦୨୩ କୁ ସୂଚାରୁ ସମ୍ପାଦନ ନିମନ୍ତେ ସୋନପୁର ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରିଣୀ ଡ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଚଳିତ ବଳିଯାତ୍ରା ନିମନ୍ତେ ନୂତନ ଭାବେ ଗଠନ କରାଯାଇଥିବା ଶାନ୍ତି କମିଟି ବୈଠକ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଉପ- ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରିଣୀ ଡ଼ ମିଶ୍ର କମିଟିର ସମସ୍ତ ସଦସ୍ୟ / ସଦସ୍ୟା ଙ୍କୁ ମହାବଳୀ ଯାତ୍ରା ସମୟରେ ଯାତ୍ରା ର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ତଥା ନିଯୋଜିତ ସେବାୟତ, ବିଭିନ୍ନ ସାମାଜିକ ସଂଘ, ସଂପ୍ରଦାୟ ଙ୍କ ସହ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ ଯାତ୍ରା କୁ ବ୍ୟବସ୍ଥିତ ସହ ସମାଜିକ ସହବସ୍ଥାନ ପୂର୍ବକ ସମ୍ପାଦନ କରିବାରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଅଦ୍ୟ ବୈଠକରେ ମହାବଳୀ ଯାତ୍ରାର ବିଧିବ୍ୟବସ୍ଥା ର ସମୟ ନିର୍ଘଣ୍ଟ ପ୍ରସ୍ତୁତି ତଥା ବିଭିନ୍ନ ସାମାଜିକ ଗୋଷ୍ଠୀ, ସମ୍ପ୍ରଦାୟ ବ୍ୟକ୍ତିବିଶେଷ, ନିୟୋଜିତ ସେବାୟତ ପ୍ରମୁଖ ଙ୍କ ସହ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆହୁତ ନିମନ୍ତେ ଆଲୋଚନା ହୋଇଥିଲା ।

ବୈଠକରେ ନୂତନ ଗଠିତ କମିଟି ର ସଦସ୍ୟ / ସଦସ୍ୟା ତହସିଲଦାର ସୋନପୁର ନବୀନ କିଶୋର ପାଢୀ , ଉପଖଣ୍ଡ ପୋଲିସ ଅଧିକାରୀ ରାଜକିଶୋର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଆଇ ଆଇ ସି ସୋନପୁର ପଦ୍ମାସିନୀ ମେହେର, ଆସିଷ୍ଟାଣ୍ଟ କଲେକ୍ଟର ଖଦାଳ ପାତ୍ର, ଦିବ୍ୟଜ୍ୟୋତି ପରିଡା, ଏ ବି ଡି ଓ ଶଶି ଭୂଷଣ ପଧାନ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବାରିଷ୍ଟର ଓକିଲ ଶ୍ଯାମା ଓମ ପ୍ରସାଦ ମିଶ୍ର, ସଭାପତି ଖମ୍ବେଶ୍ଵରୀ ମନ୍ଦିର ମଧୁସୂଦନ ମେହେର, ଲଡୁକିଶୋର ମଲ୍ଲିକ, ଆନନ୍ଦ ବାରିକ ପ୍ରମୁଖ ଯୋଗଦାନ କରି ଆଲୋଚନା ରେ ଭାଗ ନେଇଥିଲେ । ଏହି ଅବସରରେ କ୍ଷିପ୍ର ଲେଖକ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସଂଜୀବ ମଲ୍ଲିକ, ଦେବୋତ୍ତର ବିଭାଗ ର ବରିଷ୍ଠ କିରାଣୀ ମେଘନାଦ ମନହିରା ପ୍ରମୁଖ ଉପସ୍ଥିତ ଥିଲେ ।