Tuesday, September 29, 2020
Home Cultural & Festival ପ୍ରବାସୀ ଚେନ୍ନାଇଙ୍କ ପ୍ରୟାସ, ଅନଲାଇନରେ ନୂଆଁଖାଇ ଭେଟଘାଟ

ପ୍ରବାସୀ ଚେନ୍ନାଇଙ୍କ ପ୍ରୟାସ, ଅନଲାଇନରେ ନୂଆଁଖାଇ ଭେଟଘାଟ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର (ତା ୩ ୵ ୯ ୵ ୨୦): କୋଭିଡ କଟକଣା ଯୋଗୁଁ ମହାନଦୀ ସୋସିଓ କଲଚରାଲ ଏସୋସିଏସନ ଚେନ୍ନାଇ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ବରଗଡ଼ କଳାଜୀବୀ ସଂଗଠନର ନିର୍ଦେଶକ ଦିଲ୍ଲୀପ ସାହୁ, ତୁଷରା କ୍ରୁଷ୍ନପ୍ରିୟା କଳା ପରିଷଦ ତଥା ଗୀତିକାର ବାବଲୁ ସାହୁ, ଅନାମିକା ଆଚାର୍ଯ୍ୟ, ସୁଜିତ ହୋତାଙ୍କ ଦ୍ବାରା ମନଛୁଆଁ ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ସମ୍ବଲପୁରୀ କବିତାପାଠ, ଦର୍ଶକମାନଙ୍କ ମଧ୍ଯରେ ଭକାନୀ ଓ କୁଇଜ ପ୍ରତିଯୋଗିତା ହୋଇଥିଲା। ରାମପ୍ରସାଦ ବାଗଙ୍କର ସମ୍ବଲପୁରୀ କବିତା ଦର୍ଶକଙ୍କୁ ବିମୋହିତ କରି ଦେଇଥିଲା। ଫଳରେ ଉକ୍ତ ଏସୋସିଏସନର ସଦସ୍ଯଗଣ କବିଙ୍କ ଗାଁ ବେନିଆଁଚାଲକୁ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାପତି ଭାସ୍କର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଅନଲାଇନ୍ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଲିନା, ରିତୁ, ପଙ୍କଜିନୀ, ପ୍ରାଚୀ, ରିମା, ଆରତୀ, ଲିପି, ନିବେଦିତା, ପିଙ୍କି, ସ୍ମିତା, ସ୍ବାଗତିକା, ପ୍ରଭାତୀ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭକାନୀ ଓ କୁଇଜ ପ୍ରତିଯୋଗିତାକୁ ଶୁଭ୍ରଜିତ ପ୍ରଧାନ ସଂଚାଳନ କରିଥିବାବେଳେ ଅନ୍ୟ ସଦସ୍ଯଗଣ ସହଯୋଗ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: