ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ପେଞ୍ଚକ ସିଲଟ ଲିଗ୍ ପଦକ ବିଜେତା ମାନଙ୍କୁ ସମ୍ବର୍ଦ୍ଧନା ସମାରୋହ

0
60
ଅସ୍ମିତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୧୭/୦୯) : ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ପେନ୍ଚକ ସିଲଟ ଲିଗ୍ ରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରଞ୍ଜ ପଦକ ପାଇ ଜିଲ୍ଲା କୁ ଗୌରବ ଆଣିଥିବା ପ୍ରତିଯୋଗି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ବିନାୟକ ଖାଡଙ୍ଗା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ସୌମ୍ୟ ଅଭିଷେକ ହୋତା ଯୋଗଦେଇ ପଦକ ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଜିଲ୍ଲା ପେଞ୍ଚକ ସିଲଟ ସଂଘର ସମ୍ପାଦକ ହରିଶ୍ ଚନ୍ଦ୍ର ବେହେରା, ଉପସଭାପତି ନରସିଂହ ବେହେରା ଓ କୋଷାଧ୍ୟକ୍ଷ ତ୍ରିପତି ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘ ର ଉପଦେଷ୍ଟା ତଥା ଜିଲ୍ଲା କ୍ରୀଡ଼ା ସଂଘ ର ସହ ସମ୍ପାଦକ ମନୋଜ ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସଂଘ ର ଅନ୍ୟତମ ଉପଦେଷ୍ଟା ଜଗନ୍ନାଥ ବେହେରା ବିବରଣୀ ପାଠ କରିଥିଲେ । ଛାତ୍ରୀ ମାନେ ଉପସ୍ଥିତ ସଜ୍ଜନ ମାନଙ୍କ ସମ୍ମୁଖରେ ପେଞ୍ଚକ ସିଲଟ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ଝାରସୁଗୁଡ଼ା ଓ ବାଲୁଗାଁ ଠାରେ ଅନୁଷ୍ଠିତ ପେଞ୍ଚକ ସିଲଟ ପ୍ରତିଯୋଗିତାରେ ପାଇଥିବା ୨୨ ଟି ସ୍ୱର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୮ ଟି କାଁସ୍ୟ ପଦକ ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କିଶୋର ମାର୍ଥା, ବରିଷ୍ଠ ଆଇନଜୀବୀ ସଦାଶିବ ସାହୁ, ଅନୁଷ୍ଠାନ ର ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ ।