Thursday, March 28, 2024

Top 5 This Week

Related Posts

୫ ଗୋଟି ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡ଼ିଓ ପରିଦର୍ଶନ କଲେ ବୋରିଗୁମ୍ମା ବ୍ଳକ୍

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୬/୯) : କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଳକ୍ ଅନ୍ତର୍ଗତ ଜୁଝାରୀ ଗ୍ରାମସ୍ଥ ଇଣ୍ଡଷ୍ଟ୍ରିଆଲ ପାର୍କ ସାରା ରାଜ୍ୟରେ ଏକ ଉଦାହରଣ ପାଲଟିଥିବା ବେଳେ ଗତ କାଲି ୫ ଗୋଟି ଜିଲ୍ଲାର ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଏହି ପାର୍କ ପରିଦର୍ଶନ କରିଥିବା ଜଣାପଡିଛି ।WhatsApp Image 2023-09-16 at 12.54.07

ଏହି ଇଣ୍ଡଷ୍ଟ୍ରିଅଲ ପାର୍କ ମନରେଗା ତଥା ଅନ୍ୟ ପାଣ୍ଠିରେ ନିର୍ମିତ ହୋଇଥିବା ବେଳେ ଏହା ଦ୍ଵାରା ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ଵୟଂ ସହାୟିକା ଦଳଗୁଡ଼ିକ ଲାଭାନ୍ଵିତ ହେଉଛନ୍ତି । ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀ, ଯଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଏହି ପାର୍କ୍‌ ପରିଦର୍ଶନ କରିଥିଲେ । ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା ଓ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ ଆଗନ୍ତୁକ ଅଧିକାରୀ ମାନଙ୍କୁ ପ୍ରକଳ୍ପ ଗୁଡ଼ିକ ବୁଲାଇ ଦେଖାଇବା ସହ ବିସ୍ତୃତ ଆଲୋଚନା କରିଥିବା ଜଣା ପଡିଛି ।

ଏଥି ସହ ୨୬ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଆଦର୍ଶ ବିଦ୍ୟାଳୟ ସାମନାରେ ଥିବା ଜୁରାସିକ ୱର୍ଲଡ୍‌ ପାର୍କ । କଣା ଗାଁ ସ୍ଥିତ ସିମେଣ୍ଟ ଇଟା ତିଆରି କାରଖାନା ମଧ୍ୟ ଏହି ଅଧିକାରୀ ମାନେ ବୁଲି ଦେଖିଥିବା ଜଣାପଡିଛି । ନିଜ ନିଜ ଜିଲ୍ଲାରେ ଅନୁରୂପ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଏହି ଅଧିକାରୀ ମାନେ ନିଷ୍ପତ୍ତି ଗ୍ରହଣ କରିବା ଜଣାପଡିଛି ।

Popular Articles