ସିଲେଇ ମେସିନ କେନ୍ଦ୍ର ଉଦଘାଟିତ

0
49
ସିଲେଇ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୯) : କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି ।

ଏହି ସମାରୋହ ରେ ମୂଖ୍ୟ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ଉପା ଧକ୍ଷ ରଘୁରାମ ସାହୁ , ବ୍ଲକ୍ ଅଧ୍ୟକ୍ଷା ବାଲା ସାଇଆମ୍ମl ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ କୁମାର ପ୍ରଧାନ, ବି ଡି ଓ କପିଳେଶ୍ୱର ତାଣ୍ଡି ଓ ସି ଡ଼ି ପି ଓ କନକ ଲତା ପୂଜାରୀ ଯୋଗ ଦେଇ ଏହି ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଦ୍ବାରା ବହୁ ଗରୀବ ଆଦିବାସୀ ମହିଳାମାନେ କେନ୍ଦ୍ରରେ ତାଲିମ ପାଇ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ନିଜେ ନିଜେ ସ୍ବାବଲମ୍ବୀ ହୋଇ ନିଜ ଜୀବିକା ନିଜେ ନିର୍ବାହ କରିବା ପାଇଁ କାହା ଉପରେ ବୋଝ ହେବାକୁ ପଡିବ ନାହିଁ ତତ୍ ସହ ନିଜେ ରୋଜଗାର କ୍ଷମ ହୋଇ ଅନ୍ୟ ମାନକୁ ମଧ୍ୟ ରୋଜଗାରର ବାଟ ଦେଖେଇପା ରିବେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। କାଶୀନଗର ବ୍ଲକ୍ ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।