ସମ୍ୱନ୍ୱିତ ଶିଶୁ ବିକାଶ ତରଫରୁ ପୋଷଣ ମାସ ପାଳିତ

0
58
ସମ୍ୱନ୍ୱିତ ଶିଶୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୯) : କାଶୀନଗର ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଣିଗାଁ ସେକ୍ଟର ରେ ପୋଷଣ ମାସ ପାଳିତ ହୋଇଯାଇଛି ।

ଗତକାଲି କିଣିଗାଁ ଠାରେ ଏହି ପୋଷଣ ମାସ କାର୍ଯ୍ୟକ୍ରମ କୁ କାଶୀନଗର ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ ସରପଞ୍ଚ ଶ୍ରୀମତୀ ରଜନୀ ଉଦଘାଟନ କରିଥିଲେ, ଏଜି ସେକ୍ଟର ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ଏହି ପୋଷଣ ମାସ କାହିଁମି ପାଳନ କରାଯାଉଛି ସେ ନେ ଆଲୋଚନା ହୋଇଥିଲା । ପ୍ରକୃତରେ କିଶୋରୀ ଓ ପ୍ରସୂତି ମହିଳା ମାନଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହାର ସଫଳ ରୂପାୟନ ପାଇଁ ତଳସ୍ତରରେ ଥିବା କର୍ମୀ, ସୁପରଭାଇଜର ଓ ପ୍ରକଳ୍ପ ଅଧିକାରୀ ସ୍ୱତନ୍ତ୍ର ଭାବେ ଟିକିନିଖି ସମୀକ୍ଷା କରିବା ଆବଶ୍ୟକ ବୋଲି ଜନସାଧାରଣ ଦାବୀ କରିଛନ୍ତି, ପ୍ରସୂତି ମହିଳା କଣ କଣ ପୃଷ୍ଟିକର ଖାଦ୍ୟ ଖାଇବେ ପ୍ରତ୍ୟେକ ନାରୀ ପାଇଁ ସ୍ୱତନ୍ତ୍ର ଭାବେ ପରଖିବାକୁ ଜେବ ବୋଲି ମତ ପ୍ରକାଶ ପାଇଛି ।