ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ ସଚେତନତା ଶିବିର

0
68
ଆଇନସେବା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୪/୦୯) : ଅଦ୍ୟ ତା-୧୩.୦୯.୨୦୨୩ ରିଖ ବୁଧୁବାର ଅପରାହ୍ନ ଘ.୩.୩୦ମି ରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ “NALSA Scheme, Acid Attack, POCSO Act & Victim Compensation Scheme” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l WhatsApp Image 2023-09-14 at 18.16.18 (1)

ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଏସିଡ ଆଟାକ, ପୋକ୍ସ ଆକ୍ଟ ଓ ଭିକ୍ଟିମ କମ୍ପେନ୍ସେସନ ସ୍କିମ ଉପରେ ଆଲୋଚନା ହୋଇଥିଲା l ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତି ପ୍ରଣତି ପାତ୍ର, ଆଇନଜୀବି, ରାୟଗଡ଼ା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡାର ପାନେଲ ଓକିଲ ସୀତାରାମ ପଣ୍ଡା, ରଶ୍ମିରଞ୍ଜନ ସେନାପତି, ଏସ ଡି ପି ଓ, ରାୟଗଡା, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଡକ୍ଟର ଶ୍ରୀ ଗନ୍ଧର୍ବ ରାଜ ମାଝି, ମହିଳା ମହାବଦ୍ୟାଳୟର ର ଶିକ୍ଷକ ଙ୍କ ସମେତ ମହିଳା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ କର୍ମଚାରୀ, ଜିଲ୍ଳା ଆଇନସେବା ପ୍ରାଧିକରଣର ପି.ଏଲ୍.ଭି ପ୍ରମୁଖ ଉପସ୍ଥିତ ଥିଲେ l

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଏସିଡ ଆଟାକ, ପୋକ୍ସ ଆକ୍ଟ ଓ ଭିକ୍ଟିମ କମ୍ପେନ୍ସେସନ ସ୍କିମ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ l ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା, ପେନାଲ ଓକିଲ ଓ ପି.ଏଲ୍.ଭି ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି l