Friday, March 29, 2024

Top 5 This Week

Related Posts

ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବଢୁଛି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୯) : କଥାରେ ଅଛି “ଜଳ ବିହୁନେ ସର୍ବନାଶ ଜଳ ବହୁଳେ ସର୍ବନାଶ” । ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ତାର କରାଳ ରୂପ ଦେଖାଉଛି ।

ବଂଶଧାରା ନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ଲୁଚକାଳି ଖେଳିବାର ଦେଖିବାକୁ ମିଳୁଛି । ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀର ବିପଦ ସଂକେତ ୮୪ ମିଟର ସତର୍କ ସଙ୍କେତ ୮୩ ମିଟର ରହିଛି । ଆଜି ସକାଳେ ୧୧ ଟା ସମୟରେ ବଂଶଧାରାର ଜଳସ୍ତର ୮୩.୮୦ମିଟର ସତର୍କ ସୂଚନା ଉପରେ ରହୁଥିବା ବେଳେ ୧୨ଟା ରେ ୮୩.୬୮ ,୧ଟା ରେ ୮୩.୬୧ , ୨ଟା ରେ ୮୩.୪୦ , ଏବଂ ସନ୍ଧ୍ୟା ୫ଟା ସମୟରେ ୮୩ ମିଟର ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ଗୁଣପୁର ପକ୍ଷରୁ ସୂଚନା ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀ ଜଳସ୍ତର ବିପଦ ସଂକେତ ଟପିବାର ଯେଉଁ ଆଶଙ୍କା ରହିଥିଲା,ବର୍ତମାନ ଜଳସ୍ତର କମିବାରେ ଲାଗିଛି ।

ଯାହା ଫଳରେ ନଦୀ କୂଳରେ ଅବସ୍ଥିତ ଗ୍ରାମ ଗୁଡିକରେ ଯେଉଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା ସେଥିରୁ ସାମାନ୍ୟ ଆଶ୍ବସ୍ତ ମିଳିଛି । ନଦୀରେ ସତର୍କ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବଂଶଧାରା ଅବବାହିକା ରେ ଥିବା ଚାଷୀ ଜମିରେ ପାଣି ମାଡି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଅନ୍ୟ ପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବକ ଆସନ୍ତା ୧୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇ ବର୍ଷା ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଭାଳେଣୀ ପଡ଼ିଛି ।

Popular Articles