CPI (ML) ଲିଵରେସନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଦ୍ଵାରା ୯ ଦଫା ଦାବି ନେଇ ଗଣ ବିକ୍ଷୋଭ

0
62
CPI (ML) ଲିଵରେସନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୩/୯) : ଆଜି ସିପିଆଇ (ଏମ୍ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।WhatsApp Image 2023-09-13 at 19.31.50 (1)

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଗୁଡାରୀ ତହସିଲ ଅନ୍ତର୍ଗତ କଦମା ପଞ୍ଚାୟତ ର ନୀଳାଗୁଡା ଗାଁର ୬୦ ପରିବାର ଆଜକୁ ୭୦ ବର୍ଷ ଧରି ନୀଳାଗୁଡା ସୀମାରେ ଡଙ୍ଗର ଓ ପାହାଡ ଚାଷବାସ କରିଆସୁଛନ୍ତି । କିନ୍ତୁ ଏମକେରାଇ ପଞ୍ଚାୟତରେ ରହିଥିବା ମକାଗୁଡା ଗାଁ’ର କିଛି ଲୋକ ନୀଳାଗୁଡା ସିମା ଭିତରେ ରହିଥିବା ଜମି ଗୁଡ଼ିକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରଶାସନ କୁ ଏଥି ପୁର୍ବରୁ ଜଣାଇ ଥିଲେ ବି କୈଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏ ସମ୍ବନ୍ଧରେ ଯଦି ପ୍ରଶାସନ ଅତି ଶିଘ୍ର ସମାଧାନ ନ କରନ୍ତି ତେବେ ଆନ୍ଦୋଳନ ତିବ୍ର ହେବ ଓ କାଶିପୁର ଓ ଲାଞ୍ଜିଗଡ ଅଞ୍ଚଳରେ ଗରିବ ଆଦିବାସୀ ଓ ଦଳିତ ମାନଙ୍କୁ ଗିରଫ କରିବା ଘଟଣାକୁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର କେଦ୍ରୀୟ ନେତା ତ୍ରିପତି ଗମାଙ୍ଗ ତୀବ୍ର ସମାଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେତେକ ଦାବି ଉପସ୍ଥାପନ କରାଯାଇଛି ସେଗୁଡିକ ହେଲା, ଗୁଡ଼ାରୀ ବ୍ଲକ୍/ତହସିଲ ଅନ୍ତର୍ଗତ କଦମା ପଞ୍ଚାୟତ ଅଧିନସ୍ଥ ନିଳାଗୁଡା ଗ୍ରାମର ପରିସୀମା ନିର୍ଦ୍ଧାରଣ କରିବା,ନିଳାଗୁଡ଼ା ଗ୍ରାମର ଗରୀବ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା, ଘର ଡିହ ପଟ୍ଟା ପ୍ରଦାନ କରିବା, ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳରେ ରହିବା ନିମନ୍ତେ ଗରୀବ ଆଦିବାସୀମାନଙ୍କୁ ବାସସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା , ପେସା (PESA) କୁ ମଜଵୁତ କରିବା, ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର କଠୋର କାର୍ଯ୍ୟକାରିତା କରିବା , ଗୁଣପୁର ଓ ଅନ୍ୟାନ୍ୟ ବ୍ଲକର କୁକୁରଗୁଡ଼ା ଶ୍ରୀରାମପୁର, ଆଚବା, ଆଡ଼ମ୍‌ଗୁଡ଼ା, ଜାମ୍ଭଗୁଡ଼ା, ତୁମକିମାନଗୁଡ଼ା, ଲୁଙ୍ଗୁରତାଲ, ରେଜିଂତାଲ, ଆଜିଙ୍ଗତାଙ୍ଗ, ପ୍ରେମନଗର, ଚାଲକଘା, ଅନ୍ୟାନ୍ୟ ଗାଁ’ର ଆଦିବାସୀ ମାନେ ପୂର୍ବ ପୁରୁଷ ଭୋଗ ଦଖଲରେ ଥିବା ଜମିର ଘରଡିହ ପଟ୍ଟା ସହ କୁକୁରଗୁଡ଼ା, ଶ୍ରୀରାମ ପୁର ଗ୍ରାମର ଆଦିବାସୀମାନେ କପା କରୁଥିବା ଚାଷ ଜମି ଉପରେ ବନ ବିଭାଗ ପକ୍ଷରୁ ଫସଲ ନଷ୍ଟ କରିବା ବନ୍ଦ କରିବା ସହ ଗରୀବ ଆଦିବାସୀ ଓ ଦଳିତ ମାନଙ୍କୁ ଗିରଫ କରିବା ବନ୍ଦ କରିବା ପାଇଁ ଉଲ୍ଲେଖ ରହିଛି ।

ଆଜିର ଏହି ଗଣ ବିକ୍ଷୋଭକୁ ସିପିଆଇ (ଏମ୍ ଏଲ) ଲିଵରେସନର ନେତା ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ମାଝୀ, ବିଶ୍ଵନାଥ ମାଝୀ, ପ୍ରକାଶ ମାଝୀ, ଅବିନାଶ ମାଝୀ ,ବର୍ମ କମ୍ଵାକା , ସୋମନାଥ ମାଝୀ, ମିନ ଶବର, ନିରଞ୍ଜନ ନିମାଲା, ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣାକର ଲିମା , ଜେମସ ଶବର ପ୍ରମୁଖ ସହଯୋଗ କରିଥିଲେ ।