ଅଙ୍ଗନବାଡ଼ି ସହାୟିକାଙ୍କୁ କାମୁଡ଼ିଲା ସାପ

0
62
ଅଙ୍ଗନବାଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୩/୦୯) : ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ କରୁଥିବା ବେଳେ ସହାୟିକାଙ୍କୁ ଦଂଶିଲା ସାପ। ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ଏପରି ଦୁଃଖଦ ଖବର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି ।

ସବୁଦିନ ପରି ଆଜି ରୋଷେଇ କରିବା ପାଇଁ ସହାୟିକା ସୁଲୋଚନା ସ୍ୱାଇଁ ବିଲିପଡା ଦୁଇ ନମ୍ୱର ଅଙ୍ଗନବାଡି କେନ୍ଦ୍ରକୁ ଆସିଥିଲେ । ଆସି ସେ ଭାରି ବ୍ୟସ୍ତ ଥିଲେ । ପିଲାଙ୍କ ପାଇଁ ରୋଷେଇ କରିବାକୁ ଯାଇଥିଲେ। ଆଉ ସେହି ସମୟରେ ଅଙ୍ଗନବାଡ଼ି ଦିଦି ପ୍ରମିଳା ଜେନା ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଠିକ୍‌ ସେହି ସମୟରେ ସେ ସୁଲୋଚନାଙ୍କ ଚିତ୍କାର ଶୁଣିଥିଲେ । ସଙ୍ଗେ ସଙ୍ଗେ ରୋଷେଇ ହେଉଥିବା ସ୍ଥାନକୁ ଦୌଡ଼ି ଆସିଥିଲେ ପ୍ରମିଳା ଦିଦି । ସେତେବେଳକୁ ସୁଲୋଚନା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗୋଟିଏ ବିଷଧର ସାପ ଦଂଶନ କରିଥିବା ସେ କହିଥିଲେ ।

ଅଙ୍ଗନବାଡ଼ି ଦିଦି ଏନେଇ ସୁଲୋଚନାଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ’ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଙ୍କୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁଲୋଚନାଙ୍କ ମୃତ୍ୟୁରେ ମେଡ଼ିକାଲ୍‌ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।