ରେଡ଼କ୍ରସ ସଂସ୍ଥାର ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ

0
57
ରେଡ଼କ୍ରସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୨/୦୯) : ରେଡ଼କ୍ରସ ସଂସ୍ଥା ଜିଲ୍ଲା ଶାଖା, ରାୟଗଡାର ଆଜି ବାର୍ଷିକ ସାଧାରଣ ଓ କାର୍ଯ୍ୟନିର୍ବାହୀ ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-09-12 at 19.35.39

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ରମେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ଭାସ୍କର ଚନ୍ଦ୍ର ରୋଇତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ରେଡ଼କ୍ରସର ଆର୍ଥିକ ବର୍ଷ ୨୦୨୨-୨୩ ଓ ୨୦୨୩-୨୪ ବର୍ଷରେ ଆଦାୟ ଓ ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ନିମନ୍ତେ ବଜେଟ ଉପସ୍ଥାପନା କରିଥିଲେ । ବିଗତ ବର୍ଷ ୧୮ଲକ୍ଷ ୪୮ହଜାର ୩୪୬ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ସେପ୍ଟେମ୍ବର ମାସର ୧୧ ତାରିଖ ରିଖ ସୁଦ୍ଧା ୮ ଲକ୍ଷ ୫୪ ହଜାର ଟଙ୍କା ଆଦାୟ ହୋଇଥିବା ପ୍ରକାଶ କରିଥିଲେ ।

ସେହିପରି ବିଗତ ବର୍ଷରେ ୬ ଲକ୍ଷ ୧୪ ହଜାର ୩୨୫ ଟଙ୍କା ଓ ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ୮ ଲକ୍ଷ ୩୭ ହଜାର ୨୧୦ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଥିଲେ । ପାଣ୍ଠି ଆଦାୟକୁ ନେଇ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସମୀକ୍ଷା କରି କହିଲେ ଯେ ଏହି ଟଙ୍କା ଜିଲ୍ଲାର ଗରିବ ଦୁଃଖୀ, ଦରିଦ୍ରଙ୍କ ସେବାରେ ଲାଗୁଥୁବାରୁ କିଛି ଅଧିକାରୀ ଧାର୍ଯ୍ୟ ପାଣ୍ଠି ଜମା କରୁନଥିବାରୁ ଉଦବେଗ ପ୍ରକାଶ କରିଥିଲେ । ସମସ୍ତ ଅଧିକାରୀ ବଦାନ୍ୟ ବ୍ୟକ୍ତି, ସଂସ୍ଥାକୁ ତୁରନ୍ତ ପୂର୍ବ ବର୍ଷର ବକେୟା ଟଙ୍କା ଜମା କରିବା ପାଇଁ ଅନୁରୋଧ କରିଥିଲେ l ସେହିପରି ଖର୍ଚ୍ଚ ଉପରେ ସମୀକ୍ଷା କରି ଜଣାପଡିଛି ଯେ ଜିଲ୍ଲା ରେଡ଼କ୍ରସ ତରଫରୁ ବହୁତ ମହନିୟ କାର୍ଯ୍ୟରେ ସହାୟତା ପ୍ରଦାନ କରିଛି ।

ବିଗତ ବର୍ଷରେ ସ୍ୱାସ୍ଥ୍ୟ ସେବା ପାଇଁ ଗରିବ ଲୋକଙ୍କୁ ୨ଲକ୍ଷ୍ ୩୭ହଜାର ଟଙ୍କା ପ୍ରଦାନ କରାଯାଇଛି । ଗରିବ ଲୋକଙ୍କୁ ୧ଲକ୍ଷ ୭ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯାଇଛି । ଗରୀବ ପିଲା ମାନଙ୍କ ପାଠ ପଢିବା ନିମନ୍ତେ ୨୧ହଜାର ଟଙ୍କା, ଜୀବନ ଜୀବିକା ମାନବୃଦ୍ଧି ପାଇଁ ୧୧ହଜାର ଟଙ୍କା, ୩୦ହଜାର ଟଙ୍କା ଦୁର୍ଘଟଣା ଜନିତ ସମସ୍ୟା ପାଇଁ ତିନି ଜଣକୁ ସହାୟତା ପଦାନ କରାଯାଇଛି । ଚଳିତ ବର୍ଷରେ ସ୍ୱାସ୍ଥ୍ୟ ସେବା ପାଇଁ ଗରିବ ଲୋକଙ୍କୁ ୧ଲକ୍ଷ୍ ୪୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଗରିବ ଲୋକଙ୍କୁ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯାଇଛି । ଗରୀବ ପିଲା ମାନଙ୍କ ପାଠ ପଢିବା ନିମନ୍ତେ ୩ଲକ୍ଷ ୫୭ହଜାର ଟଙ୍କା, ଜୀବନ ଜୀବିକା ମାନବୃଦ୍ଧି ପାଇଁ ୫ହଜାର ଟଙ୍କା,୨୦ହଜାର ଟଙ୍କା ଦୁର୍ଘଟଣା ଜନିତ କ୍ଷୟକ୍ଷତି ପାଇଁ ଜଣକୁ ଜଣକୁ ସହାୟତା ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ ।

ଏହି ବୈଠକରେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଉଭୟ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିବା ବେଳେ ବରିଷ୍ଠ ନାଗରିକ ଜଳନ୍ଧର ପୁଷିକା ଆଜୀବନ ସଦସ୍ୟ ମାନଙ୍କୁ ସାର୍ଟିଫିକେଟ ଦିଆଯାଉ ବୋଲି ଅନୁରୋଧ କରିଥିଲେ । ଆଜିର ବୈଠକରେ ରେଡ଼କ୍ରସ ସଂସ୍ଥାର ଆଜୀବନ ସଦସ୍ୟ ଡ଼ଃ ଦୁଷ୍ମନ୍ତ ମହାନ୍ତି, ଗୋପୀନାଥ ସାହୁ, ସତ୍ୟବାଦୀ ପତି, ଜଳନ୍ଧର ପୁଷିକା, ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ ।