Friday, March 29, 2024

Top 5 This Week

Related Posts

ପ୍ରାଥମିକ ଶିକ୍ଷକଙ୍କ ଅନିର୍ଦ୍ଧିଷ୍ଟ ଦିନ ଗଣଧାରଣା

b6b24f1e-bbcd-47b2-9713-68062925acb6ରିପୋର୍ଟ: ଲୋକନାଥ ସାହୁ //
ଗୁଡ଼ାରୀ (୧୨/୦୯): ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ପ୍ରାଥମିକ ଶିକ୍ଷକ ବାରମ୍ବାର ଦାବି, ଆନ୍ଦୋଳନ, ଧାରଣା ସତ୍ତ୍ୱେ ନିଦ୍ରାରେ ଗଣଶିକ୍ଷା ବିଭାଗ l ଦୀର୍ଘ ଦିନ ହେବ ଶିକ୍ଷକମାନେ ନିଜ ହକ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ l

ଫଳରେ ଆଜିଠାରୁ ଗୁଡ଼ାରୀ ବିଇଓ ଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ୬ଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଏକ୍ସ କେଡର, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ସହ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଇତ୍ୟାଦି ବିଭିନ୍ନ ଦାବି ନେଇ ଆଜି ଗୁଡ଼ାରୀ ବ୍ଲକ ର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି । ଆଜି ର ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦକ ପଞ୍ଚାନନ ସାହୁ , ସଭାପତି ସୁବାସ ଗୌଡ ଙ୍କ ସମେତ ଶତାଧିକ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles