Tuesday, September 29, 2020
Home District News ପ୍ରବଳ ବର୍ଷାରେ ମାଟିଘର ଭୁଶିଡିଲା, କାହାରି ନଜର ନାହିଁ

ପ୍ରବଳ ବର୍ଷାରେ ମାଟିଘର ଭୁଶିଡିଲା, କାହାରି ନଜର ନାହିଁ

ରିପୋର୍ଟ: ଦିଲୀପ ଦାସ //
ପାଇକମାଳ (୩୦/୦୮): ପଦ୍ମପୁର-ବାେରାସମ୍ବର ବ୍ଲକର ସର୍ଗିଜୁରୀ ଗ୍ରାମର ବାଲେଶ୍ବର ମାଝୀ ର ମାଟିଘର ଚଳିତ ବର୍ଷାରେ ଭୁଷୁଡି ବେସାହାରା ହାେଇଯାଇଥିଲେ ମଧ୍ୟ ପ୍ରଶାସନର ନଜର ତାପ୍ରତି ନ ପଡିବା ଏକ ଅବିଚାର ହାେଇଛି |

ବାଲେଶ୍ବରର ପରିବାର କହିଲେ ସେ ନିଜେ, ତାର ପୁଅ ଏବଂ ବାେହୁ ଓ ଝିଅଟିଏ | ବହୁଦିନ ପୂର୍ବେ ସେ ପଥର ତଡା କାମରେ ପଥର ଗାେଡରେ ବାଜି ଭିନ୍ନକ୍ଷମ ହାେଇ ତାର ନିତି ଦିନିଆଁ ରାେଜଗାର ହରାଇଥିଲା | ଜମିବାଡି ବାେଲି କିଛି ନାହିଁ | ପୁର୍ବେ ସରକାରଂକ ଠାରୁ ୩୫ହଜାର ଟଂକାର କଲାେନୀ ଘର ପାଇ ଥିଲେ ମଧ୍ୟ ଘରର ନିହ କରିପାରି ନ ଥିଲା | ବହୁ କଷ୍ଟରେ ମାଟି ଖପର ଘରଟିଏ ତିଆରି କରି ପୁଅ ରଣଜିତ ଓ ଝିଅକୁ ଅଭାବ ଅନାଟନ ରେ ପାେଷି ଆସିଛି | ଗତ ବର୍ଷ ରଣଜିତର ବାହାଘର ହାେଇଥିବା ବେଳେ ଝିଅଟା ଅବିବାହିତ ରହିଛି | ବିଗତ ସପ୍ତାହକ ଆଗ ବର୍ଷା ପାଣିରେ ବାଲେଶ୍ବର ମାଟି ଘରର ଉପର ଛାଉଣି ସହ କାନ୍ଥ ଜାଗା ଜାଗା ଭାଂଗି ଯାଇଥିଲା | ତାକୁ ବହୁକଷ୍ଟରେ ମରାମତିକରି ପଲିଥିନ ଢ଼ାଙ୍କି ରହିଆସୁଥିଲେ କିଂତୁ ଚଳିତ ଲଗାଣ ବର୍ଷାରେ ଏହି ଘରର ପୁଣି ଭୁଷୁଡି ପଡିଛି | ପୁଅ-ବାେହୁ,ଓ ଝିଅ ବାଲେଶ୍ବର ର ଭାଇ ଘରେ ଆଶ୍ରୟ ନେଇ ଥିବା ବେଳେ, ସେ ନିଜେ ଭଂଗାଘରର ଗାେଟିଏ ପଟେ ରହିବାକୁ ବାଧ୍ୟ ହାେଇଛି | ଲୁହାରପାଲି ଗ୍ରାମ ପଂଚାୟତର ସରପଂଚ କିଂବା, ପ୍ରଶାସନ କାହାରି ଏ ସଂପର୍କରେ ନଜର ନାହିଁ | ଏପରି ଏହି ଗ୍ରାମର ଅନେକ ଲାେକଂକ ଘର ବର୍ଷା ପାଣିରେ ଭାଂଗି ଯାଇଛି | ଉପଜିଲ୍ଲାପାଳ ପଦ୍ମପୁର ତୁରନ୍ତ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୁଏ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: