ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଗଣଧାରଣା

0
103
ପ୍ରାଥମିକ ଶିକ୍ଷକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମା ରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖ ରେ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ମାନଙ୍କ ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଡ଼ାକରାରେ ସମୂହ ଗଣଧାରଣା ବସିବା ସହ ବିଇଓ ଆଲୋକ ପ୍ରଧାନଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।WhatsApp Image 2023-09-11 at 20.41.08

ବ୍ଲକ ସଭାପତି ଶିବ ରାମ କାଡ୍ରାକାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତିନି ଦଫା ଦାବି ପ୍ରଦାନ କରିଛନ୍ତି । ଦାବି ଗୁଡିକ ଚୁକ୍ତି ଭିର୍ତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ଉଚ୍ଛେଦ ସହ କାର୍ଯ୍ୟରତ ସମସ୍ତ ଚୁକ୍ତି ଭିତିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ୬ବର୍ଷ ଠିକା ଚାକିରୀ ସମୟକୁ ମୂଳ ଚାକିରୀ ସଙ୍ଗେ ଗଣନ କରି ୬ଟି ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡର ପ୍ରଥା ଉଚ୍ଛେଦ କରି କେଡରଭୁକ୍ତ କରିବା ଲେଫ୍ଟ ଆଉଟ ଗଣ ଶିକ୍ଷକ ମାନଙ୍କୁ ନିୟମିତ କରିବା, ବହୁ ଭାଷାଭାଷୀ, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦିଆଯାଉ । କେନ୍ଦ୍ରୀୟ ହାରରେ ୪୨୦୦ଗ୍ରେଡ ପେ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଦୀର୍ଘ ୪ଦିନ ଧରି ରାଜରାସ୍ତାରେ ରହି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟି ଆଧାରରେ ବୈଠକ କରି ୮ମାସ ଅତିକ୍ରମ କରି ଦାବି ପୂରଣ କରିନାହାନ୍ତି । ଚଳିତ ବର୍ଷ ଅଗଷ୍ଟ ୮ ତାରିଖରେ ଓ ୧୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଦାବି ପ୍ରଦାନ କରିଥିଲୁ ।

କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ କରାଯାଇନଥିବା ଯୋଗୁଁ ରାଜ୍ୟ ସଂଗଠନ ନିଷ୍ପତ୍ତି କ୍ରମେ ଆମ ଦାବି ପୂରଣ ନ କରାଯିବ ପର୍ଯ୍ୟନ୍ତ ସମୂହ ଛୁଟିରେ ରହି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିବା ଶିକ୍ଷକ ଉପସଭାପତି ବସନ୍ତ କୁମାର ପାଢୀ,ମିଳିତ ପ୍ରାଥମିକ ସଙ୍ଗର ଜିଲା ସଭାପତି ସମନାଥ ଗରଡ଼ା, ନୟନ କୁମାର ଦାସ, ତେନ୍ଦୁଲ କର ସାହୁ, ନଗେଶ୍ୱର କୌଶଲ୍ୟା, ଦେବେନ୍ଦ୍ର ବଛା, ରାମନାଥ କାଡ୍ରାକା, ବିଶ୍ୱନାଥ କାଡ୍ରାକା, ସାଙ୍ଗାମ ନୀଳକଣ୍ଠ ପ୍ରମୁଖ ସମେତ ସବୁ ଶିକ୍ଷକ ମାନେ ଉପସ୍ଥିତ ରହି ଥିଲେ ।