Tuesday, September 29, 2020
Home District News ମହାନଦୀରେ ବନ୍ୟା- ବିନିକା-ରାମପୁର ମୁଖ୍ୟ ରାସ୍ତା ଯୋଗେଶ୍ୱର ମନ୍ଦିର ରାସ୍ତାରେ ୨ଫୁଟର ବନ୍ୟା ପାଣି :...

ମହାନଦୀରେ ବନ୍ୟା- ବିନିକା-ରାମପୁର ମୁଖ୍ୟ ରାସ୍ତା ଯୋଗେଶ୍ୱର ମନ୍ଦିର ରାସ୍ତାରେ ୨ଫୁଟର ବନ୍ୟା ପାଣି : ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୯ /୦୮): ଲଘୁଚାପ ଜନିତ ବର୍ଷା ଛାଡିବା ପରେ ହୀରାକୁଦ ଜଳଭଣ୍ଡାରୁ ୪୬ଟି ସ୍ଲୁ ଇସ ଗେଟ ଖୋଲିବା ପରେ ମହାନଦୀ ରେ ବନ୍ୟା ଦେଖା ଦେଇଛି । ଏଥି ଯୋଗୁଁ ମହାନଦୀର ପଛୁଆ ଅର୍ଥାତ ଠେଲା ପାଣି ବିନିକା ଅଂଚଳର ତଳିଆ ଅଂଚଳକୁ ଅପରାହ୍ଣରୁ ପଶିବାରେ ଲାଗିଛି ।

ବିନିକା – ରାମପୁର ମୁଖ୍ୟ ରାସ୍ତା ଯୋଗେଶ୍ୱର ମନ୍ଦିର – କଲେଜ ଗେଟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାରେ ପ୍ରାୟ ଦୁଇ ଫୁଟର ପାଣି ଚାଲୁଛି । ମହାନଦୀର ବନ୍ୟା ପାଣି ଯଦି ବଢେ ତାହାହେଲେ ବିନିକା ରୁ ଡୁଙ୍ଗୁରିପାଲି , ବରପାଲି ଓ ଗୋଡଭାଗା କୁ ଯାନ ବାହନ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟ କରିବା ସହ ଯୋଗାଯୋଗ ବିଚ୍ଛିନ୍ନ ହେବ । ଅପରପକ୍ଷରେ ବନ୍ୟା ପାଣି ବିନିକା ସହରର ପାତିକାର ପଡା , ମୋନାହାରି ପଡା ସମେତ ଗୋଲାପଡା , ମଣିଗା, ଗଣେଶପୁର ଓ ତୁଲୁଣ୍ଡୁପାଲି ନିକଟରେ ଥିବା ଝରାପଡା , ଗରିଆପାଲି ଓ ପାଣ୍ଡକିଟାଲ ପ୍ରଭୃତି ତଳିଆ ଅଂଚଳକୁ ମହାନଦୀର ବନ୍ୟା ପାଣି ପସିବାରେ ଲାଗିଛି ।

ଏହି ବିନିକା ଅଂଚଳର ନଦୀ କୁଳିଆ ଗ୍ରାମଗୁଡିକ ର ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ଯାଇଛି । ଯାହା ଫଳରେ ଧାନ ଚାଷ କ୍ଷତି ଗ୍ରସ୍ତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅପର ପକ୍ଷରେ ପ୍ରଶାସନ ତରଫରୁ ତଳିଆ ଅଂଚଳର ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: