୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

0
65
୨୦ ହଜାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧/୦୯) : ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି । ନିଯୁକ୍ତି ନେଇ ଓସେପା ୱେବସାଇଟ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି ।

ଆଶାୟୀମାନେ ଆସନ୍ତା ୧୩ରୁ ଆବେଦନ କରିପାରିବେ ଆଶାୟୀ। ଆବେଦନ ପାଇଁ ଅକ୍ଟୋବର ୧୦ ଶେଷ ତାରିଖ ରହିଛି । ସଂପୂର୍ଣ୍ଣ ଅନଲାଇନରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । କମ୍ପ୍ୟୁଟର ବେସଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ । ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ସିବିଟି ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଓସେପା ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପା ର ୱେବସାଇଟ୍ osepa.odisha.gov.in ରେ ଆଶାୟୀମାନେ ଆବେଦନ କରିପାରିବେ ।