ଗୁଣପୁର ସଙ୍କୁଳ ସ୍ତରୀୟ ଶିଶୁ ବାଟିକା କାର୍ଯ୍ୟଶାଳା

0
56
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୧/୯) : ରାୟଗଡ଼ା ଜିଲ୍ଲା ଗୁଣପୁର ସଙ୍କୁଳ ସ୍ତରୀୟ ଶିଶୁ ବାଟିକା /ପ୍ରଥମ, ଦ୍ଵିତୀୟ ଶ୍ରେଣୀ (ମୌଳିକ ସ୍ତର) କାର୍ଯ୍ୟଶାଳା ଓ ତୃତୀୟ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମାନସାଙ୍କ ଗଣିତ ପ୍ରଶିକ୍ଷଣ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ାରୀ ଠାରେ ୯.୯.୨୩ ଓ ୧୦.୯.୨୩ ଦୁଇ ଦିନ ଧରି ଚାଲୁ ରହିଥିଲା ।WhatsApp Image 2023-09-11 at 10.42.57 (1)

୭ ଗୋଟି ଶିଶୁ ବିଦ୍ୟା ମନ୍ଦିରର ମୋଟ ୬୦ ଜଣ ଗୁରୁଜୀ ଗୁରୁମା ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଡଃ ନିହାର ରଞ୍ଜନ ରଣସିଂ ମୁଖ୍ୟ ଅତିଥି ଭାବେ ଓ ପ୍ରାନ୍ତ ଶିଶୁ ବାଟିକା ଶୈଖୀକ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୁଡ଼ାରୀ ଶିଶୁ ମନ୍ଦିର ସମ୍ପାଦକ ପ୍ରଫୁଲ୍ଲ ଦେଓ, ଯୁଗ୍ମ ସମ୍ପାଦକ ନୀଳାମ୍ବର ଶବର, ସଭ୍ୟା ନିୟତି ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ସ୍ଥାନୀୟ ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ସାହୁ ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ ।

ଗୁଣପୁର ସଙ୍କୁଳ ସଂଯୋଜକ ପ୍ରଫୁଲ୍ଲ କୁମାର ଶତପଥୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ରାୟଗଡା ସହ ଜିଲ୍ଲା ପ୍ରମୁଖ କୃଷ୍ଣ ପ୍ରସାଦ ପାଣିଗ୍ରାହୀ ଯୋଗଦେଇଥିଲେ । ସଂଯୁକ୍ତା ନାୟକ, ମମତା ପଣ୍ଡିତ, କିଶୋର ସାହୁ, ମନୋଜ ମହାରଣା, ରଞ୍ଜିତ ବାଉରୀ, ଅର୍ଚ୍ଚନା ପାଢ଼ୀ , ଦିଲୀପ କୁମାର ସାହୁ କାଲାଶ ଗୁଡିକ ନେଇଥିଲେ । ଶ୍ରୀ ପ୍ରଦୀପ କୁମାର ମଲ୍ଲିକ ଏନ୍ ସି ଟି ୨୦୨୨ ଜାତୀୟ ଶିକ୍ଷା ନୀତିର ରୂପରେଖ ବିଷୟରେ ଗୁରୁଜୀ ଗୁରୁମା ଆଗରେ ଉପସ୍ଥାପନା କରିଥିଲେ ।