ହିତାଧିକାରୀ ପାଇଲେ ପ୍ରଧାନ ମନ୍ତ୍ରୀ ଜ୍ୟୋତି ବିମା ଯୋଜନା ରାଶି

0
52
ହିତାଧିକାରୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୦/୦୯) : ରାୟଗଡ଼। ଜିଲ୍ଳା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବେଙ୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ଯୋଜନା ଓ ପ୍ରଧାନ ମନ୍ତ୍ରୀ ଜ୍ୟୋତି ବୀମା ଯୋଜନା ତିନି ହିତାଧିକାରୀ ଙ୍କୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।WhatsApp Image 2023-09-10 at 12.48.06

ଆୟୋଜିତ କାର୍ଯ୍ୟକ୍ରମ ରେ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ଙ୍କୁ ଧନରାଶି ପ୍ରଦାନ କରିଥିଲେ । ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ସେମାନଙ୍କର ସମ୍ପକିୟ ଙ୍କ ବିୟୋଗ ବାବଦରେ ଧନରାଶି ପାଇ ଥିଲେ । ଏହି ଯୋଜନା ରେ କୁଟ୍ରୂପଦର ଗ୍ରାମର ଶ୍ରୀମତି ଚନ୍ଦ୍ରମା ହିଆଲ ଙ୍କୁ ୪ ଲକ୍ଷ ଟଙ୍କା, କାଚାପାଚୁ ଗ୍ରାମର ସୁଶାନ୍ତ ଶାରକା ଓ ନୂଆଗଡ଼ ଗ୍ରାମର ସୁଶାନ୍ତ କୁଟ୍ରୂକା ଉଭୟ ଙ୍କୁ ୨ଲକ୍ଷ ଲେଖାଏଁ ଧନରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ସଙ୍କର ପ୍ରସାଦ ଦାସ, ଶ୍ରୀମତୀ ପ୍ରଜ୍ଞା ମହାପାତ୍ର, ଶ୍ରୀ ରାକେଶ କୁମାର ନାୟକ ଓ ବ୍ୟାଙ୍କ ମିତ୍ର ସ୍ୱପ୍ନା ଗୁରୁ ସହ ବହୁ ସଂଖ୍ୟାରେ ବ୍ୟାଙ୍କ ଗ୍ରାହକ ଉପସ୍ଥିତ ରହିଥିଲେ ।