ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର

0
51
ଦାଦାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୭/୦୯) : ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡିଆଠାରେ ।

ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା (୨୬)। ଶିବଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡ଼ିଆଠାରେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ଶ୍ରମିକଭାବେ କାମ କରି ପରିବାର ପୋଷଣ କରୁଥିଲେ । ଶିବଙ୍କ ଦାଦା ଦାଦା ଶଙ୍କର ବେହେରା ମଧ୍ୟ ପୁରୀରେ ରହୁଥିଲେ । ଗତକାଲି ରାତିରେ ଶଙ୍କର ଆସି ଶିବ ପେଟରେ ଛୁରୀ ଭୁଷି ଦେଇଥିଲା ।

ଶିବ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ । ପରେ ଶଙ୍କର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନେରେ ଭର୍ତ୍ତି କରିଥିଲେ । ଶିବଙ୍କ ଅବସ୍ଥା ଗୁରୁତର ରହିଛି । ଏହି ନେଇ ଶିବଙ୍କ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି ।