Thursday, October 1, 2020
Home District News ଗ୍ରାମ ପଞ୍ଚାୟତ ମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ପାଣ୍ଠିକୁ ରାଜ୍ୟ ସରକାର ହାତେଇ ନେଲେ

ଗ୍ରାମ ପଞ୍ଚାୟତ ମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ପାଣ୍ଠିକୁ ରାଜ୍ୟ ସରକାର ହାତେଇ ନେଲେ

ରିପୋର୍ଟ: ନିରୋଜ କୁମାର ପାଣି //
ବରଗଡ଼ (୨୫/୮/୨୦): ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିବା ପରେ ତଳସ୍ତରରୁ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲକ୍ଷ୍ଯରେ କେନ୍ଦ୍ର ସରକାର ସିଧାସଳଖ ଗ୍ରାମ ପଞ୍ଚାୟତ ମାନଙ୍କୁ କେନ୍ଦ୍ରୀୟ ସହାୟତା ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

୨୦୨୦ – ୨୧ ବର୍ଷ ରେ ପଞ୍ଚଦଶ କେନ୍ଦ୍ରୀୟ ଫାଇନାସ୍ କମିଶନର ର ଅର୍ଥ ସିଏଫସି ( CFC ) ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କୁ ଜନ ସଂଖ୍ୟା ଆଧାରରେ ୨୫ ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତ ମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି । କେନ୍ଦ୍ରୀୟ ଅନୁଦାନ ଅର୍ଥ କେଉଁ କେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତାର ସ୍ବତନ୍ତ୍ର ଗାଇଡ ଲାଇନ୍ ମଧ୍ୟ ପ୍ରଦାନ କରିଛନ୍ତି । ଗ୍ରାମ ପଞ୍ଚାୟତ ମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ସରକାର ହାତେଇ ନେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ମର୍ମରେ ରାଜ୍ୟ ପଞ୍ଚାୟତ ରାଜ ବିଭାଗ ସଚିବ ସମସ୍ତ ଜିଲ୍ଲା କୁ ଚିଠି ଲେଖି ୧୦ ଲକ୍ଷ ଟଙ୍କା ଲେଖାଏଁ ଗ୍ରାମ ପଞ୍ଚାୟତ ମାନେ ଭୁବନେଶ୍ବର ସଚିବାଳୟ ଷ୍ଟେଟବେଙ୍କ ଶାଖାରେ Account No 37249281166 ରେ OWSSM ( ODISHA WATER AND SANITATION MISSION ) ନାମରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଅନ୍ଯ କୌଣସି ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ କୁ ଆସଥିବା କେନ୍ଦ୍ରୀୟ ଅନୁଦାନ କୁ ହାତ ମାରୁନଥିବା ବେଳେ ଓଡିଶା ସରକାର ଗ୍ରାମ ପଞ୍ଚାୟତ ମାନଙ୍କ ରେ ପାନୀୟ ଜଳ ବ୍ଯବସ୍ଥା ପାଇଁ Expert ନଥିବା ଦର୍ଶାଇ ରାଜ୍ୟ ସରକାର ଏହାକୁ ପରିଚାଳନା କରିବାର ବାହାନ ଦେଖାଇ କେନ୍ଦ୍ରୀୟ ଅନୁଦାନକୁ ହାତେଇବା ପାଇଁ ଯୋଜନା କରିଛନ୍ତି ।

ଓଡିଶା ରେ ଥିବା ୬ ହଜାର ୭ ଶହ ୯୮ ( ୬୭୯୮ ) ଗ୍ରାମ ପଞ୍ଚାୟତ ମାନଙ୍କୁ ରାଜ୍ୟ ସରକାର ପାଖାପାଖି ୭ ଶହ କୋଟି ଟଙ୍କା ହାତେଇବା ପାଇଁ ଯୋଜନା କରିଛନ୍ତି । ଅନେକ ଗ୍ରାମ ପଞ୍ଚାୟତ କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ସରକାରଙ୍କୁ ଦେବାପାଇଁ ରାଜି ହେଉନ ଥିବାବେଳେ ସରକାରୀ ଅଧିକାରୀ ସରପଞ୍ଚ ମାନଙ୍କ ଉପରେ ଟଙ୍କା ଜମା ଦେବା ପାଇଁ ଚାପ ତିଆରି କରୁଛନ୍ତି । କେନ୍ଦ୍ରୀୟ ଅନୁଦାନ କୁ ରାଜ୍ୟ ସରକାର ନିଜ ତହର୍ବଲି କୁ କିପରି ନେଉଛନ୍ତି ବୋଲି ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପ୍ରଶ୍ନ କରିବା ସହ ଦେଶର ଅନ୍ଯ ରାଜ୍ୟ ମାନେ ଗ୍ରାମ ପଞ୍ଚାୟତ କୁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କୁ କେବଳ ଗାଇଡ କରୁଥିବା ବେଳେ ଓଡିଶା ସରକାରଙ୍କ ଅଭିନବ ଉପାୟରେ କେନ୍ଦ୍ରୀୟ ଅନୁଦାନ କୁ ହାତେଇ ନେଉଛନ୍ତି ବୋଲି ପ୍ରକାଶ କରି ସରକାର ଙ୍କ ଏ ଭଲି ପଦକ୍ଷେପ କୁ ନିନ୍ଦା କରିବା ସହ ୧୦ ଲକ୍ଷ ଟଙ୍କା ଜମା ଦେଇଥିବା ଗ୍ରାମ ପଞ୍ଚାୟତ ମାନଙ୍କୁ ସେମାନଙ୍କ ଅନୁଦାନ ତୁରନ୍ତ ଫେରାଇ ଦେବା ପାଇଁ ଦାବି କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: