କଣ୍ଟାବାଞ୍ଜି ଷ୍ଟେସନରୁ ଅଚେତ ଅବସ୍ଥାରେ ଛାତ୍ର ଉଦ୍ଧାର

0
58
କଣ୍ଟାବାଞ୍ଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୬/୦୯) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଅଚେତ ଅବସ୍ଥାରେ ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଣେ ଅଚିହ୍ନା ବ୍ୟକ୍ତି ଆସି ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇ ମୋବାଇଲ ଓ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ସମ୍ବଲପୁର ବରାଇପାଲିରେ ssc ପରୀକ୍ଷା ଥିଲା । ସେଥିପାଇଁ ବେଳପଡା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁ’ର ୫ ଜଣ ଛାତ୍ର ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ଦେଇ ସାରି ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିଥିଲେ ।

ଫଳରେ ସକାଳେ ଗାଁ କୁ ଯିବେ ବୋଲି ଭାବି କଣ୍ଟାବାଞ୍ଜି ରେଳ ଷ୍ଟେସନରେ ବିଶ୍ରାମ ନେଉଥିଲେ । ଏତିକି ବେଳେ ଅଚିହ୍ନା ବ୍ୟକ୍ତି ଛାତ୍ରଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିବା ଛାତ୍ରମାନେ କହିଛନ୍ତି । ୫ ଜଣଙ୍କ ମଧ୍ୟରୁ ଜଣେ ଛାତ୍ର ସୁସ୍ଥ ଥିବାବେଳେ ଅନ୍ୟ ଜଣେ ଛାତ୍ର ଫେରାର ଅଛନ୍ତି । ଅନ୍ୟ ୩ ଜଣ ଅଚେତ ଛାତ୍ର କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।