ରାମପୁର କେନାଲ ରାସ୍ତାକାମ ନିମ୍ନମାନର ଅଭିଯୋଗ

0
48
ରାମପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ – ଏସ ରାମପୁର କେନାଲ ର ୧୬ କିମି ରାସ୍ତା ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି ।

ରାସ୍ତା ର ଏବେ ୮ କିମି ରାସ୍ତା ପୁରା ବିପଦଜନକ ହୋଇପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗତ ୨୦୧୭ – ୧୮ ମସିହାରେ ୫ କୋଟି ୯୦ ଲକ୍ଷ ଟଙ୍କାରେ ଅରିଗାଁ ରୁ ରାମପୁର ପର୍ଯ୍ୟନ୍ତ ୧୬ କିମି ରାସ୍ତା ନିର୍ମାଣ କରାଯାଇଥିଲା । ସେଥି ମଧ୍ୟରୁ ଅରିଗାଁ ରୁ ସରଙ୍ଗପାଲି ୫ କିମି ପିଚୁ ରାସ୍ତା ହୋଇଥିବା ବେଳେ ସାରଙ୍ଗପାଲି ରୁ ରାମପୁର ୧୧ କିମି କଂକ୍ରିଟ ରାସ୍ତା କରାଯାଇଥିଲା । ସେଥି ମଧ୍ୟରୁ ଅରିଗାଁ ରୁ ସାରଙ୍ଗପାଲି ପର୍ଯ୍ୟନ୍ୟ ହୋଇଥିବା ୫ କିମି ପିଚୁ ରାସ୍ତା ସମ୍ପୂର୍ଣ୍ଣ ପିଚୁ ଉଠିଯାଇ ଖାଳଖମ୍ବା ରେ ପରିଣତ ହୋଇ ବିପଦଜନକ ହୋଇପଡିଛି ।

ସେହିପରି ତିଳେଇମାଳ ରୁ ରାମପୁର ପର୍ଯ୍ୟନ୍ତ ୩ କିମି କଂକ୍ରିଟ ରାସ୍ତା ମଧ୍ୟ ବିପଦ ସଂକୁଳ ଅବସ୍ଥା ରେ ରହିଛି । ଏହି ପରି ସର୍ବ ମୋଟ ୮ କିମି ରାସ୍ତା ମରଣଯନ୍ତା ଭଲି ସଦୃଶ୍ୟ ହେଲାଣି । କାମ ନିମ୍ନ ମାନର ହୋଇଥିବା ନେଇ ଅଭିଯୋଗ ହୋଇଥିଲା ହେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକ ଦେଖାଣିଆ ଭାବେ ପିଚୁ ରାସ୍ତା କୁ ଟିକିଏ ରିପ୍ୟାରିଂ କରି କାମ ସାରି ଦେଇଥିଲା ।

ହେଲେ ଏବେ ଆହରୁ ରାସ୍ତା ଅବସ୍ଥା ସଂଗୀନ ହୋଇପଡ଼ିଥିଲା । ସ୍ଥାନୀୟ ବାସିନ୍ଦା ରାସ୍ତା କାମ ହେବାପରେ ଭଲ ସେ ସୁରୁଖୁରୁରେ ଯିବା ପାଇଁ ବହୁ ଆଶା ରଖିଥିଲେ । ହେଳେ ଏବେ ଯେଉଁ ଅବସ୍ଥା କୁ ସେହି ଅବସ୍ଥା ହୋଇଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ରାସ୍ତା ରେ ବିନିକା ବ୍ଲକ ର ବାଙ୍କିଘିର୍ଡି ପଞ୍ଚାୟତ ର ଅରିଗାଁ, ଆଖିଦାଦର, ସରଙ୍ଗପାଲି, ବାଙ୍କିଘିର୍ଡି, ହୁତୁମା, କୁକୁଡ଼ାଝୋଳି ସେହିପରି ବାବାପାଲି ପଞ୍ଚାୟତ ର ଦେଣ୍ଡୁପଦର, ବାବୁପାଲି, ପଲସାପାଲି, ବାଗଡିଆ, ତାଲମୁଣ୍ଡା, ତିଳେଇମାଲ, ଅଇଁଲାମୁଣ୍ଡା ଏବଂ ସିଂଘିଯୁବା ପଞ୍ଚାୟତ ର ଖଇରମାଲ, ସିଂଘିଯୁବା, ଭବାନୀପାଲି, ଅସୁରଗଡ଼ ପ୍ରଭୃତି ଗ୍ରାମର ଲୋକେ ନୀତି ପ୍ରତିଦିନ ଏହି ରାସ୍ତା ରେ ୟାତାୟାତ କରିଥାନ୍ତି ।

ସେହିପରି ଏସ ରାମପୁର ପଞ୍ଚାୟତ ର ସମସ୍ତ ଗ୍ରାମ ଓ ପଡୋଶୀ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହାରାହାରି ପ୍ରାୟ ୫୦ହଜାର ଜନସଂଖ୍ୟା ଏହି ରାସ୍ତା ରେ ଯାତୟତା କରୁଛନ୍ତି । ସେହିପରି ଅନ୍ୟପକ୍ଷରେ ବୁର୍ଲା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବରଗଡ଼ ଆଦି ସ୍ଥାନକୁ ମଧ୍ୟ ଯାତ୍ରୀବାହୀ ବସ ଯାତାୟତ କରିବା ସହିତ ଡୁଙ୍ଗୁରିପାଲି, ଭେଡେନ ଆଦି ଅଞ୍ଚଳର ଲୋକେ ମଧ୍ୟ ଏହି ରାସ୍ତାରେ ପ୍ରତିଦିନ ବୁର୍ଲା ବଡ଼ ମେଡିକାଲ କୁ ଯିବା ଆସିବା କରୁଛନ୍ତି । ଏତେ ଲୋକଙ୍କ ନିର୍ଭର ଏହି ରାସ୍ତା ର ମରାମତି କରାଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।

ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ବହୁ ମୂଲ୍ୟବାନ ଧନଜୀବନ ମଧ୍ୟ ହାନି ହେଉଥିବା ଅଭିଯୋଗ ହେଉଛି । ଅଞ୍ଚଳର ସଚେତନ ନାଗରିକ ମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଅଭିଯୋଗ କଲେ ଏହି ରାସ୍ତା ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଥିବା କହୁଛନ୍ତି । ପୂର୍ତ୍ତ ବିଭାଗ କୁ ଯେତେ ଅଭିଯୋଗ କଲେ ବି କିଛି ଶୁଣୁନଥିବା ଅଭିଯୋଗ ହେଉଛି । ଆଗାମୀ ସାଧାରଣ ନିର୍ବାଚନ ରେ ଏହା ପ୍ରଭାବ ପଡିବ ବୋଲି ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଏ ଅଞ୍ଚଳର ଲୋକମାନଙ୍କ କହିବା ଅନୁସାରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ରାସ୍ତା ଗୁଡିକର ଉନ୍ନତି କରଣ, ସମ୍ପ୍ରସାରଣ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀ ଏବଂ ଠିକାଦାର ମାନଙ୍କ ସାଲିସ ଯୋଗୁଁ ରାସ୍ତା କାମ ନିମ୍ନ ମାନର ହେଉଛି ।

ସେହିପରି ବୀରମହାରାଜପୁର ବିଧାୟକ ଏତେଥର ଆମ ନିର୍ବାଚନ ମଣ୍ଡଳୀ ରେ ନିର୍ବାଚିତ ହେବାପରେ ମଧ୍ୟ ଆମ ଅଞ୍ଚଳ କୁ କେବେ ପରିଦର୍ଶନ ରେ ଆସନ୍ତିନାହିଁ । ଆମ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଣଦେଖା କରନ୍ତି । ଏଥି ଯୋଗୁଁ ଆଜି ଅରିଗାଁ ଠାରୁ ଏସ୍ ରାମପୁର ପର୍ଯ୍ୟନ୍ତ କେନାଲ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରାଯିବାକୁ ଦାବୀ ହେଉଛି ।