Tuesday, September 29, 2020
Home Cultural & Festival ପଶ୍ଚିମ ଓଡିଶାର ଗଣପର୍ବ - ନୁଆଁଖାଇ

ପଶ୍ଚିମ ଓଡିଶାର ଗଣପର୍ବ – ନୁଆଁଖାଇ

ଉପସ୍ଥାପନା : ଦେବାଶିଷ ପଟ୍ଟନାୟକ //
ପଦ୍ମପୁର (୨୨/୦୮): ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ଯତା ଗଢି ଉଠିଛି । କେଉଁ ଆବାହନ କଲ ରୁ ଭାରତ ବର୍ଷରେ ପାଳିତ ହେଉଥିବା ପର୍ବ ପର୍ବାଣି ମଧ୍ୟରେ ପୂଜା ମହାନ ପର୍ବ ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି ।

ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତରେ ନୁଆଁ ଶସ୍ଯ ପୂଜାର ପରମ୍ପରା ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଓଡିଶାରେ ପଶ୍ଚିମ ପ୍ରାନ୍ତ ରେ ଏହି କୃଷି ଭିତ୍ତିକ ପର୍ବ ” ନୁଆଁଖାଇ ” ନାମରେ ପାଳିତ ହୋଇ ଆସୁଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ଏକ ନିର୍ଦ୍ଧିଷ୍ଟ ସମୟରେ ପାଳନ କରାଯାଏ ଯାହା କୁ ” ଲଗ୍ନ ” କୁହାଯାଏ ।

ଜନଶ୍ରୁତି କଲେ – ଦ୍ବାଦଶ ଶତାଦୀରେ ପାଟନା ରାଜ୍ୟ ବର୍ତ୍ତମାନ ର ବଲାଙ୍ଗୀର ର ଚୌହାନ ବଂଶର ରାଜା ” ରମାଇ ଦେଓ ” ଙ୍କ ସମୟ ରୁ ନୁଆଁଖାଇ ପର୍ବ ପାଳନ ର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବା ରୁ ନୁଆଁ ଅନ୍ନ ପ୍ରଥମେ ମାଁ ସମଲେଶ୍ବରୀ (ସମ୍ବଲପୁର) ମାଁ ସୁରେଶ୍ବରୀ ( ସୋନପୁର ) ମାଁ ପାଟଣେଶ୍ବରୀ ( ବଲାଙ୍ଗୀର ) ମାଁ ମାଣିକେଶ୍ବରୀ ( କଳାହାଣ୍ଡି ) ଓ ଅନ୍ଯାନା ଗ୍ରାମ ଗୁଡିକ ର ଆରାଧ୍ଯ ଗ୍ରାମଦେବୀ ଙ୍କ ଠାରେ ପ୍ରଥମେ ନୁଆଁ ଅନ୍ନ ଅର୍ପଣ କରାଯାଇଥାଏ । କୁରେଇ ପତ୍ର ର ଦନା ମୁଖ୍ଯତଃ ପର୍ବରେ ପାଳନ କରା ଯାଇଯାଏ । ଏହି ସବୁ ପୀଠ ଗୁଡିକ ରେ ଅନ୍ନ ଅର୍ପଣ ପରେ ଘର ର ସମସ୍ତ ସଦସ୍ୟ ଏକାଠି ବସି ନୁଆଁ ଅନ୍ନ ଖାଇଥାଆନ୍ତି ଓ ଖାଇ ସାରିବା ପରେ ବଡ ଲୋକ ଙ୍କୁ ସମସ୍ତେ ପାଦ ଛୁଁଇ ଜୁହାର କରି ଥାଆନ୍ତି । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ତଥା ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତି ର ବାର୍ତ୍ତା ସୁମ୍ଭଇଥାଏ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: