୪୧ ଲକ୍ଷ ରୁ ଉର୍ଦ୍ଧ୍ବ ଜାଲ ନୋଟ ଜବତ

0
61
୪୧ ଲକ୍ଷ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୯) : ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ସହ ଜଣ କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଫ l

ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏସ ଟି ଏଫ୍ ଦ୍ବାରା ବେଆଇନ୍ ଜାଲ ନୋଟ୍ କାରବାର ନେଇ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରେ ଗତକାଲି ଚଢାଉ କରାଯାଇଥିଲା । ସେଠାରୁ ଜାଲ ନୋଟ ତିଆରିରେ ବ୍ୟବହୃତ ପ୍ରିଣ୍ଟିଂ ମେସିନ ସହିତ ୪୧ଲକ୍ଷ ୧୬ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ୍ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆଁବସ୍ତିର ଦୀପକ କୁମାର ମେହେର କୁ ଗିରଫ କରିବା ସହ ବୀରମହାରାଜପୁର ଏସ ଡି ଜେ ଏମ କୋର୍ଟକୁ ଚାଲାଣ କରାଯାଇଥିବା ଏସ ଟି ଏଫ ପକ୍ଷରୁ ସୂଚନା ମିଳିଛି l

ଏ ନେଇ ଏସ ଟି ଏଫ PS Case No.18/02/9/2023 U/s -489- A /489-B /489-C/120(B)IPC ଆଧାରରେ ମାମଲା ରୁଜ୍ଜୁ ହୋଇଛି l ଏହି ଘଟଣା ରେ ପଡୋଶୀ ଛତିଶଗଡ ରାଜ୍ୟ ର କିଛି ବ୍ୟକ୍ତି ସମ୍ପୃକ୍ତି ଥିବା ସନ୍ଧେହ କରାଯାଉଛି l ଏ ନେଇ ଅଧିକ ତଦନ୍ତ ଚାଲିଛି l