Friday, March 29, 2024

Top 5 This Week

Related Posts

ଚର୍ମ ରୋଗ ସମ୍ପର୍କିତ ତାଲିମ ଓ ସଚେତନତା ଶିବିର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୯) : ବୌଦ୍ଧ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପରିସରରେ ଗାଈଗୋରୁ ମାନଙ୍କ ଦେହରେ ଦେଖା ଦେଉଥିବା ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ଏକ ତାଲିମ ତଥା ସଚେତନତା ଶିବିର ହୋଇଥିଲା ।

ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ତଥା ବୌଦ୍ଧ ପ୍ରାଣୀ ପାଳନ ବିଭାଗର ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ରାମାରାଓ ପାଳ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ରୋଗ ନିୟନ୍ତ୍ରଣ ଡ଼ା ପ୍ରଭାସ କୁମାର ବେହେରା ଯୋଗଦାନ କରିଥିଲେ । ବିଶେଷ କରି ସମ୍ପ୍ରତି ହରଭଙ୍ଗା ବ୍ଲକ୍ ରେ ଗାଈଗୋରୁ ମାନଙ୍କ ଦେହରେ ଦେଖା ଯାଉଥିବା ଚର୍ମ ବିଣ୍ଡି ରୋଗ ସମ୍ପର୍କରେ ଗୋପାଳକ ତଥା ପ୍ରାଣୀ ପାଳନ ସହିତ ସଂଶ୍ଳିଷ୍ଟ ବିଭିନ୍ନ କର୍ମଚାରୀ ବୃନ୍ଦ ଯଥା ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ଗୋମିତ୍ର, ଭେକ୍ସିନେଟର୍ ଏବଂ କୃତ୍ରିମ ପ୍ରଜନନକାରୀ ମାନଙ୍କୁ ଏହି ରୋଗ ସଂକ୍ରମଣ ରୁ ଗାଈଗୋରୁମାନଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆ ଯାଇପାରିବ ସେହି ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ।

ରୋଗାକ୍ରାନ୍ତ ଗାଈଗୋରୁ ମାନଙ୍କର ଚିକିତ୍ସା କରିବାର ବିଧି ଓ ଭାରତୀୟ ପାରମ୍ପରିକ ଜ୍ଞାନ କୌଶଳ ଉପଯୋଗ କରି ଅଳ୍ପ ଖର୍ଚ୍ଚରେ ରୋଗଗ୍ରସ୍ଥ ପ୍ରାଣୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ ମାଧ୍ୟମ ଡ଼ା ପୃଷ୍ଟି ବର୍ଣ୍ଣନା କରିଥିଲେ । ଏହି ରୋଗର ସଂକ୍ରମଣ ରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରାଣୀ ପାଳକ ମାନଙ୍କୁ ଜାଗ୍ରତ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଡ଼ା ପାଳ ଏହି ରୋଗ କୁ କିପରି ଠିକ୍ ଭାବରେ ରୋକିବା ପାଇଁ ସମସ୍ତ ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବେହେରା ଏହି ରୋଗ ହେଉଛି ଏକ ଭୁତାଣୁ ଜନିତ ରୋଗ ଏବଂ ଉପଯୁକ୍ତ ପରିଚାଳନା ମାଧ୍ୟମରେ ଏହି ରୋଗରୁ ଆମେ ପ୍ରାଣୀସମ୍ପଦକୁ ରକ୍ଷା କରା ଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

Popular Articles