Friday, March 29, 2024

Top 5 This Week

Related Posts

ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରିତା ପାଇଁ ବୈଷୟକ ଜ୍ଞାନ କୌଶଳ ପ୍ରୟୋଗରେ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,ତା(୦୩/୦୯) : ଜିଲ୍ଲାରେ ବସବାସ କରୁଥିବା ଜନଜାତି ଓ ପାରମ୍ପରିକ ବନବାସୀ ମାନଙ୍କ ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରିତା ପାଇଁ ବୈଷୟକ ଜ୍ଞାନ ପ୍ରୟୋଗ କରି ଜମିପଟ୍ଟା ପ୍ରଦାନ କରିବା ନିମନ୍ତେ ଏକ କର୍ମଶାଳା ସ୍ଥାନୀୟ ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା lWhatsApp Image 2021 09 04 at 9.49.56 AM ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରିତା ପାଇଁ ବୈଷୟକ ଜ୍ଞାନ କୌଶଳ ପ୍ରୟୋଗରେ କର୍ମଶାଳା ଅନୁଷ୍ଠିତ

ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସମ୍ମାନିତ ଶ୍ରୀ ଟୁକୁ ବାରିକ ରାୟଗଡ ଏହି କର୍ମଶାଳା ଉଦ୍ଦେଶ୍ୟ ସମ୍ପର୍କରେ ଓ ବର୍ତ୍ତମାନ ସ୍ଥିତିରେ ଏହି ଆଇନ କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ଜଙ୍ଗଲ ଜମି ଅଧିକାର ଉପରେ ପଟ୍ଟା ପ୍ରଦାନ କଲେ ଜଙ୍ଗଲରେ ବସବାସ କରୁଥିବା ଜନଜାତି ଓ ପlରମ୍ପରିକ ବନବାସୀଙ୍କ ଜୀବନ ଜୀବିକାର ମାନ ବୃଦ୍ଧି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ନୂତନ ପ୍ରୟାସ ଫଳରେ ଜଙ୍ଗଲ ଜମି ଅଧିକାର ସମ୍ବନ୍ଧିତ ଦାବିଗୁଡାକ ସମାଧାନ ହୋଇପାରିବ l

ଏହି ନୂତନ ପ୍ରୟାସରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଛଅ ଗୋଟି ବ୍ଲକକୁ ଯଥା ରାୟଗଡା, କୋଳନାରା, ଵିଷମ କଟକ, ମୁନିଗୁଡା,ଚନ୍ଦ୍ରପୁର ଓ କଲ୍ୟାଣ ସିଂହପୁର ବ୍ଲକର ୪୪୦ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି l ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ଓ ପ୍ରଦାନ ସ୍ବେଛାସେବୀ ସଂସ୍ଥାର ବୁଝାମଣା ଅନୁଯାୟୀ ଜଙ୍ଗଲ ଜମି ଅଧିକାରୀ ଜନିତ ଦାବିଗୁଡ଼ାକ ସମାଧାନ ଓ ଜୀବନଜୀବିକା ପ୍ରଦାନ ନିମନ୍ତେ ରାୟଗଡା ଜିଲ୍ଲା ପ୍ରଶାସନ ଓ ପ୍ରଦାନ ସଂସ୍ଥା କାର୍ଯ୍ୟକାରୀ କରିବେ l ଜମି ମାପଜୁପ କରିବା ପାଇଁ ଜିପିଏସ ମୋବାଇଲ ମାଧ୍ୟମରେ ତ୍ୱରାନ୍ୱିତ କରାଯିବ l ରାୟଗଡା ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ପ୍ରୟାସକୁ ସହମତି ପ୍ରକାଶ କରି ବ୍ଲକ ସ୍ଥରୀୟ ସମନ୍ୱୟ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ ଓ ମାସକୁ ଥରେ ବୈଠକ ବସିବାକୁ କହିଥିଲେ l

ଏହି ବୈଠକରେ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଯେ ସୋନାଲ, ରାୟଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛଅଟି ଯାକ ବ୍ଲକର ବିଡ଼ିଓ, ତହସିଲଦାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ , ଜଙ୍ଗଲ ଜମି ଅଧିକାର ସଂଯୋଜକ, ଜଙ୍ଗଲ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପ୍ରଦାନ ଅନୁଷ୍ଠାନ ତରଫରୁ ଶ୍ରୀମତୀ ଶୈଳବାଳା ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Popular Articles