Best Crime News: ୨୫ କେଜି ଗଞ୍ଜେଇ ବୋଝେଇ କାର ସହ 2 ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ କୁ ଗିରଫ

0
76
୨୫ କେଜି

ରିପୋର୍ଟ : ଶିବ ବିଶୋୟୀ
କୋରାପୁଟ, (୨/୦୯) : ଲମତାପୁଟ ପୋଲିସ କୁ ମିଳିଛି ପୁଣି ସଫଳତା ୨୫ କେଜି ଗଞ୍ଜେଇ ବୋଝେଇ କାର ସହ ୨ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ କୁ ଗିରଫ କରିଛି ପୋଲିସ lWhatsApp Image 2023 09 02 at 09.55.46 Best Crime News: ୨୫ କେଜି ଗଞ୍ଜେଇ ବୋଝେଇ କାର ସହ 2 ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ କୁ ଗିରଫ

ଜଲାପୁଟ ଅଞ୍ଚଳରୁ ବାଣରାଶି କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଜଲାପୁଟ ଅଭିମୁଖେ ଯାଉଥିବା ବେଳେ ଆଶାକିରଣ ହସ୍ପିଟାଲ ନିକଟରେ ଗଞ୍ଜେଇ ବୋଝେଇ କାର କୁ ଅଟକାଇ ବାକୁ ଚଷ୍ଟା କରିଥିଲା ଲମତାପୁଟ ପୋଲିସ l କିନ୍ତୁ କାର ଟି ପଛକୁ ପଛ ଚାଲି ଯାଉଥିବା ଦେଖି ପୋଲିସ କର୍ମ ଚାରି କାର କୁ ଧରିବା ପାଇଁ ଦୌଡ଼ି ଯାଇ ଡ୍ରାଇଭର କୁ ଓଲ୍ହାଇବା ପାଇଁ ଚେଷ୍ଟା କରୁଥିଲେ l ମାଫିଆ ମାନେ ପୋଲିସ ର ବୋଲେର ଗାଡିକୁ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ l

ପୋଲିସ କାର କୁ ପିଛା କରି ଲିମାପୁଟ ଗ୍ରାମ ଛକ ନିକଟରେ କାରକୁ ଅଟକାଇ ଦୁଇ ମାଫିଆ ଙ୍କୁ କାବୁ କରିବାରେ ସଫଳ ହୋଇ ଥିଲା l କାରକୁ ଯାଞ୍ଚ କରିବାରୁ ୨୫ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ l ଏବଂ ଦୁଇ ଅନ୍ତରାଜ୍ୟ ମାଫିଆ ଙ୍କୁ କାବୁ କରିବାରେ ସଫଳ ହୋଇଛି ଲମତାପୁଟ ପୋଲିସ l ଗିରଫ ଦୁଇଜଣ ବାରଣାସି ଅଂଚଳର ବୀର ବାହାଦୁର ସିଂ ଏବଂ ସୌଥବ ସିଂ ବୋଲି ଜଣା ପଡିଛି l ଏହି ଗଞ୍ଜେଇ ର ୨ ଲକ୍ଷ ୫୦ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି l